ସାଉଥ୍‌ ଷ୍ଟାର ତେଜା ସାଜାଙ୍କ ଫିଲ୍ମ ‘ହନୁମାନ’ ୨୨ ଦିନରେ କଲା ଦମ୍‌ଦାର କଲେକ୍ସନ୍‌

‘ହନୁମାନ’ ହେଉଛି ଏକ ତେଲୁଗୁ ସୁପରହିଟ୍ ଫିଲ୍ମ ଯାହାକୁ ଦର୍ଶକଙ୍କ ଠାରୁ ବହୁତ ସକାରାତ୍ମକ ପ୍ରତିକ୍ରିୟା ମିଳିଛି । ଏହି ଫିଲ୍ମ ୮ କୋଟି ଟଙ୍କା ସହିତ ଓପନିଗିଂ ହୋଇଥିଲା ଏବଂ ଏହା ପରେ ଫିଲ୍ମ ଦୁଇ ସପ୍ତାହ ମଧ୍ୟରେ ବକ୍ସ ଅଫିସରେ ବହୁତ ଭଲ ଇନ୍‌କମ୍‌ କରିଛି ।

ତେଜା ସାଜାଙ୍କ ଫିଲ୍ମ ‘ହନୁମାନ’କୁ ଦର୍ଶକ ବହୁତ ଭଲ ପାଇବା ଦେଇଛନ୍ତି । ଏହି ଫିଲ୍ମ ସିନେମା ହଲ୍‌ରେ ମହେଶ ବାବୁଙ୍କ ‘ଗୁଣ୍ଟୁର କାରମ’ ସହିତ ମୁକ୍ତିଲାଭ କରିଥିଲା । ଏହି ଫିଲ୍ମଟି ବକ୍ସ ଅଫିସରେ ବହୁତ ଭଲ କଲେକ୍ସନ୍‌ କରିଛି, ଏହା ସହ ସେହି ସମୟରେ ରିଲିଜ୍‌ ହୋଇଥିବା ଅନେକ ଫିଲ୍ମକୁ ପଛରେ ପକେଇଛି । ତେବେ ଫିଲ୍ମ ‘ହନୁମାନ’ ର ବକ୍ସ ଅଫିସ୍‌ କଲେକ୍ସନରୁ ଅଯୋଧ୍ୟ ରାମ ମନ୍ଦିର ଉଦଘାଟନ ପାଇଁ ୨.୬୬ କୋଟି ଟାଙ୍କା ଦାନ ଦିଆ ଯାଇଥିଲା । ତାହେଲେ ଆସନ୍ତୁ ଜାଣିବା ରିଲିଜ୍ ହେବାର ୨୨ ଦିନରେ ଫିଲ୍ମ ‘ହନୁମାନ’ କେତେ କଲେକ୍ସନ୍‌ କରିଛି ?

‘ହନୁମାନ’ ହେଉଛି ଏକ ତେଲୁଗୁ ସୁପରହିଟ୍ ଫିଲ୍ମ ଯାହାକୁ ଦର୍ଶକଙ୍କ ଠାରୁ ବହୁତ ସକାରାତ୍ମକ ପ୍ରତିକ୍ରିୟା ମିଳିଛି । ଏହି ଫିଲ୍ମ ୮ କୋଟି ଟଙ୍କା ସହିତ ଓପନିଗିଂ ହୋଇଥିଲା ଏବଂ ଏହା ପରେ ଫିଲ୍ମ ଦୁଇ ସପ୍ତାହ ମଧ୍ୟରେ ବକ୍ସ ଅଫିସରେ ବହୁତ ଭଲ ଇନ୍‌କମ୍‌ କରିଛି ।

ଏବେ କିଛି ଦିନ ପୂର୍ବରୁ ହ୍ରିତିକ ରୋଶନଙ୍କ ଫିଲ୍ମ ‘ଫାଇଟର୍’ ରିଲିଜ୍ ହୋଇଥିଲା । ଯାହା ଫଳରେ ଫିଲ୍ମ ‘ହନୁମାନ’ର ରୋଜଗାରର ଗତି ବହୁତ କମ ହୋଇଥିଲା । ଯଦି ଫିଲ୍ମର କଲେକ୍ସନ୍‌ ବିଷୟରେ କହିବା, ତେବେ ଫିଲ୍ମ ‘ହନୁମାନ’ ପ୍ରଥମ ସପ୍ତାହରେ ୯୯.୮୫ କୋଟି ଏବଂ ଦ୍ୱିତୀୟ ସପ୍ତାହରେ ୫୮.୬୫ କୋଟି ଟଙ୍କା କଲେକ୍ସନ୍‌ କରିଥିଲା । ସେହିପରି ଭାବେ ତୃତୀୟ ସପ୍ତାହର ସୋମବାରରେ ‘ହନୁମାନ୍’ ୨.୦୫ କୋଟି, ଏହା ସହ ଏହି ମଙ୍ଗଳବାରରେ ୨.୧ କୋଟି ଏବଂ ବୁଧବାର ଦିନ ୧.୬୯ କୋଟି ଟଙ୍କା ଆୟ କରିଛି । ତେବେ ବର୍ତ୍ତମାନ ରିଲିଜ୍ ହେବାର ୨୨ ଦିନରେ ଫିଲ୍ମ ‘ହନୁମାନ’ର ରୋଜଗାରର କେତେ ଇନ୍‌କମ୍‌ କରିଛି, ତାହା ମଧ୍ୟ ଜାଣିବା । ସୂଚନା ମୁତାବକ, ଫିଲ୍ମ ‘ହନୁମାନ’ ରିଲିଜ୍ ହେବାର ୨୦ ଦିନରେ ୧.୮୫ କୋଟି ଟଙ୍କା ରୋଜଗାର କରିଛି । ଏହା ସହିତ ଫିଲ୍ମ ‘ହନୁମାନ ’ ୨୦ ଦିନରେ ଟୋଟାଲ ୧୭୮.୭୦ କୋଟି ଟଙ୍କା ଇନ୍‌କମ୍‌ କରିଛି ।

ଏହି ଫିଲ୍ମ ପୂରା ବିଶ୍ୱରେ ହଇଚଇ ସୃଷ୍ଟି କରିଛି । ଛୋଟ ବଜେଟରେ ନିର୍ମିତ ଏହି ଫିଲ୍ମ ସାରା ବିଶ୍ୱରେ ବହୁତ ଭଲ କଲେକ୍ସନ୍‌ କରିଛି । ଏହା ସହ X ହ୍ୟାଣ୍ଡେଲରେ ଫିଲ୍ମ ‘ହନୁମାନ’ର ବିଶ୍ୱବ୍ୟାପୀ ରୋଜଗାରର ଆକଳନ କରାଯାଇଛି । ଏହି ସୂଚନା ଅନୁଯାୟୀ, ଫିଲ୍ମଟି ପୂରା ବିଶ୍ୱରେ ୨୧.୩୫ କୋଟି ଟଙ୍କା ରୋଜଗାର କରିବା ସହ ୧୯ ଦିନ ମଧ୍ୟରେ ସାରା ବିଶ୍ୱରେ ୨୭୫.୬୫ କୋଟି ଟଙ୍କା ରୋଜଗାରରେ ଅତିକ୍ରମ କରିଛି । ଏହା ବ୍ୟାତୀତ ଫିଲ୍ମ ହନୁମାନ ୨୨ ଦିନରେ ୨୮୧.୬୫ କୋଟି ଟଙ୍କା ରୋଜଗାର କରିଛି ।

ଏହି ଫିଲ୍ମରେ ତେଜା ସାଜା ବ୍ୟତୀତ ବିନୟ ରାୟ, ଅମୃତା ଆୟର୍ ଏବଂ ବରଲକ୍ଷ୍ମୀ ସାରଥକୁମାର ‘ହନୁମାନ୍’ରେ ମୁଖ୍ୟ ଭୂମିକା ନଜର ଆସିଥିଲେ । କିଛି ଦିନ ପୂର୍ବରୁ ଏହି ଫିଲ୍ମର ନିର୍ମାତାମାନେ ମଧ୍ୟ ‘ହନୁମାନ’ର ସିକ୍ୱେଲ କରିବେ ବୋଲି ଘୋଷଣା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.