UAEରେ ନିର୍ମାଣ ହେଉଛି ବିଶାଳ ହିନ୍ଦୁ ମନ୍ଦିର, ୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରିବେ ଉଦ୍‌ଘାଟନ

ସଂଯୁକ୍ତ ଆରବ ଅମିରାତର ରାଜଧାନୀ ଆବୁଧାବିରେ ତିଆରି ହେଉଛି ବିଶାଳ ହିନ୍ଦୁ ମନ୍ଦିର । ଏହାର ନିର୍ମାଣ କାର୍ଯ୍ୟ ପାଖାପାଖି ସରି ଆସିଲାଣି । ଏହି ମନ୍ଦିର ୨୭ ଏକର ଜାଗାରେ ବ୍ୟାପିଛି ।

ସଂଯୁକ୍ତ ଆରବ ଅମିରାତର ରାଜଧାନୀ ଆବୁଧାବିରେ ତିଆରି ହେଉଛି ବିଶାଳ ହିନ୍ଦୁ ମନ୍ଦିର । ଏହାର ନିର୍ମାଣ କାର୍ଯ୍ୟ ପାଖାପାଖି ସରି ଆସିଲାଣି । ଏହି ମନ୍ଦିର ୨୭ ଏକର ଜାଗାରେ ବ୍ୟାପିଛି । ମନ୍ଦିରକୁ ଗୋଲାପି ଚୂନ ପଥର ଏବଂ ଧଳା ପଥରରେ ତିଆରି କରାଯାଇଛି ।

ସଂଯୁକ୍ତ ଆରବ ଅମିରାତର ରାଷ୍ଟ୍ରପତି ଶେଖ ମହମ୍ମଦ ବିନ୍‌ ଜାୟଦ ଅଲ୍‌ ନାହୟାନଙ୍କ ଦ୍ୱାରା ଦାନ କରାଯାଇଥିବା ଭୂମି ଉପରେ ମନ୍ଦିର ନିର୍ମାଣ କରାଯାଇଛି । ରିପୋର୍ଟ ମୁତାବକ, ଇସ୍‌ଲାମିକ ଦେଶ ୟୁଏଇର ରାଜଧାନୀ ଆବୁଧାବିରେ ମଧ୍ୟ-ପୂର୍ବ ସମୟର ପଥରରେ BAPS ହିନ୍ଦୁ ମନ୍ଦିର ତିଆରି ହୋଇଛି ।

ଏହି ବିଶାଳ ମନ୍ଦିର ଏତେ ମଜଭୁତ ଯେ ହଜାରରୁ ଅଧିକ ବର୍ଷ ଧରି ଏହା ସେହିପରି ଛିଡ଼ା ରହିବ । ଏହାର ନିର୍ମାଣରେ ଷ୍ଟିଲ୍‌ କିମ୍ବା କଂକ୍ରିଟ୍‌ ବ୍ୟବହାର କରାଯାଇ ନାହିଁ । BAPS ମନ୍ଦିରରେ ୭ଟି ଶିଖର ତିଆରି କରାଯାଇଛି, ଯାହାକି ୟୁଏଇର ୭ ଅମିରାତର ପ୍ରତୀକ । ମନ୍ଦିର ପରିସରରେ ଖେଳ ପଡ଼ିଆ, ବଗିଚା, ପୁସ୍ତକ ଓ ଉପହାର ଦୋକାନ, ଫୁଡ୍‌ କୋର୍ଟ ସହ ଅନ୍ୟାନ୍ୟ ସୁବିଧା ଉପଲବ୍ଧ ରହିବ ।

BAPS ତରଫରୁ ଜାରି ପ୍ରେସ୍‌ ରିଲିଜ୍‌ ମୁତାବକ, ୨୦୨୪ ଫେବୃୟାରୀ ୧୪ରେ ପରମ ପାଓ୍ଵନ ମହନ୍ତ ସ୍ୱାମୀ ମହାରାଜ ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ମନ୍ଦିରକୁ ଉଦ୍‌ଘାଟନ କରିବେ । ମନ୍ଦିର ନିର୍ମାଣ କାର୍ଯ୍ୟ ୨୦୧୯ ଡିସେମ୍ବରରେ ଆରମ୍ଭ ହୋଇଥିଲା । ଫେବୃୟାରୀ ୧୮ରେ ସାଧାରଣ ଲୋକ ଦର୍ଶନଙ୍କ ପାଇଁ ମନ୍ଦିର ଖୋଲାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.