ଦୁନିଆର ସବୁଠାରୁ ପୁରୁଣା ହ୍ରଦ, ରହସ୍ୟମୟୀ ଭାବେ ୧ କିଲୋମିଟର ପଛକୁ ଚାଲିଯାଏ ପାଣି

ଲେକ୍‌ ଜର୍ଜ ହ୍ରଦରେ ପାଣି କେତେବେଳେ ଆସେ ଏବଂ କେତେବେଳେ ଯାଏ, ତାହା କେହି ଜାଣନ୍ତି ନାହିଁ । ଯେତେବେଳେ ଏହି ହ୍ରଦରେ ପାଣି ପୂର୍ଣ୍ଣ ହୋଇଯାଏ ସେତେବେଳେ ଏହା ୧୫୫ ବର୍ଗ କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଥାଏ । କିନ୍ତୁ ଯେତେବେଳେ ଏହା ଶୁଖିଯାଏ ସେତେବେଳେ ଉକ୍ତ ସ୍ଥାନଟି ପଡ଼ିଆ ସଦୃଶ ଦେଖାଯାଏ ।

ଲେକ୍‌ ଜର୍ଜ ଦୁନିଆର ସବୁଠାରୁ ପୁରୁଣା ହ୍ରଦ ମଧ୍ୟରୁ ଅନ୍ୟତମ । ଅଷ୍ଟ୍ରେଲିଆର କ୍ୟାନବେରାର ଉତ୍ତର-ପୂର୍ବଠାରୁ ପ୍ରାୟ ୪୦ କିଲୋମିଟର ଦୂରରେ ଥିବା ଫେଡେରାଲ ରାଜରାସ୍ତା ପାଖରେ ଏହି ବଡ଼ ହ୍ରଦ ରହିଛି , କିନ୍ତୁ ଆପଣ ଏହାକୁ ସବୁବେଳେ ଦେଖି ପାରିବେ ନାହିଁ । କାରଣ ଏହି ହ୍ରଦର ପାଣି ହଠାତ ଗାୟବ ହୋଇଯାଏ । ୧ କିଲୋମିଟର ପର୍ଯ୍ୟନ୍ତ ଏହାର ପାଣି ଦେଖିବାକୁ ମିଳେନାହିଁ । ଯାହା ଅନେକ ଲୋକଙ୍କୁ ଆଶ୍ଚର୍ଯ୍ୟ କରେ । ହ୍ରଦର ଜଳ ଗୋଟିଏ ରାତିରେ କୂଳଠାରୁ ଏକ କିଲୋମିଟର ପର୍ଯ୍ୟନ୍ତ ପଛକୁ ଯାଇ ରହସ୍ୟମୟ ଭାବରେ ‘ଅଦୃଶ୍ୟ’ ହୋଇଯାଏ ବୋଲି ଲୋକେ ବିଶ୍ୱାସ କରନ୍ତି ।

ରିପୋର୍ଟ ଅନୁସାରେ ଲେକ୍‌ ଜର୍ଜ ହ୍ରଦରେ ପାଣି କେତେବେଳେ ଆସେ ଏବଂ କେତେବେଳେ ଯାଏ, ତାହା କେହି ଜାଣନ୍ତି ନାହିଁ । ଯେତେବେଳେ ଏହି ହ୍ରଦରେ ପାଣି ପୂର୍ଣ୍ଣ ହୋଇଯାଏ ସେତେବେଳେ ଏହା ୧୫୫ ବର୍ଗ କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଥାଏ । କିନ୍ତୁ ଯେତେବେଳେ ଏହା ଶୁଖିଯାଏ ସେତେବେଳେ ଉକ୍ତ ସ୍ଥାନଟି ପଡ଼ିଆ ସଦୃଶ ଦେଖାଯାଏ ।

ଲେକ୍‌ ଜର୍ଜ ହେଉଛି ବିଶ୍ୱର ସବୁଠାରୁ ପୁରୁଣା ହ୍ରଦ ମଧ୍ୟରୁ ଅନ୍ୟତମ । ବିଶ୍ୱାସ କରାଯାଏ ଏହା ୧୦ ଲକ୍ଷ ବର୍ଷ ପୂର୍ବରୁ ସୃଷ୍ଟି ହୋଇଥିଲା । ଏହି ହ୍ରଦର ଜଳ ସମୁଦ୍ର ପରି ଲୁଣିଆ । ୧୮୦୦ ଦଶକର ଆରମ୍ଭରେ ହ୍ରଦଟି ବହୁତ ବଡ ଥିଲା, କିନ୍ତୁ ୧୮୪୦ ଦଶକରେ ଏହା ଶୁଖି ଯାଇଥିଲା ।

ଅଷ୍ଟ୍ରେଲିୟାନ୍‌ ଭୂବିଜ୍ଞାନୀ ପ୍ୟାଟ୍ରିକ୍ ଡି ଡେକର କହିଛନ୍ତି ଯେ ଶେଷ ଥର ପାଇଁ ସେ ୧୯୭୧ରେ ହ୍ରଦ ପୂର୍ଣ୍ଣ ହୋଇଥିବା ଦେଖିଥିଲେ। ୧୯୬୦ ଦଶକର ଲେକ୍‌ ଜର୍ଜ ହ୍ରଦ ପ୍ରାୟ ଶୁଖି ଯାଇଥିଲା । ୧୯୮୬ ରେ ହ୍ରଦଟି ପୁଣି ଶୁଖି ଯାଇଥିଲା, ପରେ ୧୯୯୬ରେ ଏହା ପୁଣି ଭରି ଯାଇଥିଲା । ପରେ ୨୦୦୨ ରୁ ୨୦୧୦ ପର୍ଯ୍ୟନ୍ତ ଏହା ସମ୍ପୂର୍ଣ୍ଣ ଶୁଖିଯାଇଥିଲା । ୨୦୧୬ ରେ ହ୍ରଦଟି ସମ୍ପୂର୍ଣ୍ଣ ଭରି ଯାଇଥିବା ଦେଖିବାକୁ ମିଳିଥିଲା ।

ଜର୍ଜ ହ୍ରଦର ଜଳ ଶୁଖିବା ଏବଂ ପୁଣି ଥରେ ଭରିଯିବା ଦୀର୍ଘ ସମୟ ପାଇଁ ରହସ୍ୟମୟ ଥିଲା । ଲୋକ ବିଶ୍ୱାସ କରୁଥିଲେ ଯେ ହ୍ରଦର ପାଣି କୌଣସି ଗୁପ୍ତ ଝରଣାରୁ ବାହାରୁଛି , କିନ୍ତୁ ପ୍ୟାଟ୍ରିକ୍ ଡି ଡେକର୍ କହିଛନ୍ତି ଯେ ଅଧିକ ବର୍ଷା ହେଲେ ହ୍ରଦ ଭରିଯାଏ । ଏହି ହ୍ରଦରେ ରହସ୍ୟମୟୀ ଢ଼ଙ୍ଗରେ ପାଣି ଭରିବା ଓ ଶୁଖିଯିବା ଘଟଣା ଅଷ୍ଟ୍ରେଲିଆ ଲୋକଙ୍କୁ ଚକିତ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.