ଲାଇଭ ମ୍ୟାଚ ସମୟରେ କମେଣ୍ଟ୍ରି ଛାଡି ଚାଲିଗଲେ ସୁନିଲ ଗାଭାସ୍କର, ସାମ୍ନାକୁ ଆସିଲା ଦୁଃଖଦ ଖବର

ସୁନିଲ ଗାଭାସ୍କରଙ୍କ ଶାଶୁଙ୍କ ନିଧନ ହୋଇଥିବା ଖବର ଜଣାପଡିବା ବେଳେ ମ୍ୟାଚ ଅଧାରୁ ଛାଡି ଚାଲିଯାଇଥିଲେ । ସେ ସଙ୍ଗେ ସଙ୍ଗେ କମେଣ୍ଟ୍ରି ଛାଡି କାନପୁରକୁ ଚାଲିଯାଇଥିଲେ । ନିଜ ପରିବାର ସହିତ ତୁରନ୍ତ କାନପୁର ପାଇଁ ଉଡାଣ ଭରିଥିଲେ ।

ଭାରତ-ଇଂଲଣ୍ଡ ମଧ୍ୟରେ ୫ଟି ମ୍ୟାଚ ବିଶିଷ୍ଟ ଟେଷ୍ଟ ସରିଜର ଦ୍ୱିତୀୟ ମ୍ୟାଚ ବିଶାଖାପାଟନମରେ ଖେଳାଯାଉଛି । ଏହି ମ୍ୟାଚରେ ଭାରତ ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭାରତ ୬ ଓ୍ଵିକେଟ ହରାଇ ୩୩୬ ରନ୍‌ କରିଥିଲା । ଏହି ମ୍ୟାଚ ଚାଲିଥିବା ବେଳେ କମେଣ୍ଟ୍ରି କରୁଥିବା ମହାନ୍‌ କ୍ରିକେଟର ସୁନିଲ ଗାଭାସ୍କର ହଠାତ୍‌ ଅଧାରେ କମେଣ୍ଟ୍ରି ଛାଡି ଚାଲିଯାଇଥିଲେ । ହଠାତ୍‌ ଲାଇଭ ମ୍ୟାଚରେ ଦୁଃଖଦ ଖବର ମିଳିବାରୁ ଗାଭାସ୍କର ଛାଡି ଚାଲିଯାଇଥିଲେ । ସେ ସଙ୍ଗେ ସଙ୍ଗେ ବିଶାଖାପାଟନମରୁ କାନପୁର ପାଇଁ ଉଡାଣ ଭରିଥିଲେ ।

ଖବର ମୁତାବକ, ସୁନିଲ ଗାଭାସ୍କରଙ୍କ ଶାଶୁଙ୍କ ନିଧନ ହୋଇଥିବା ଖବର ଜଣାପଡିବା ବେଳେ ମ୍ୟାଚ ଅଧାରୁ ଛାଡି ଚାଲିଯାଇଥିଲେ । ସେ ସଙ୍ଗେ ସଙ୍ଗେ କମେଣ୍ଟ୍ରି ଛାଡି କାନପୁରକୁ ଚାଲିଯାଇଥିଲେ । ନିଜ ପରିବାର ସହିତ ତୁରନ୍ତ କାନପୁର ପାଇଁ ଉଡାଣ ଭରିଥିଲେ । ସୁନିଲ ଗାଭାସ୍କର ଟେଷ୍ଟ ମ୍ୟାଚରେ ଲାଇଭ କମେଣ୍ଟ୍ରି କରୁଥିବା ବେଳେ ଏଭଳି ଖବର ମିଳିଥିଲା ।

ଭାରତ ଦ୍ୱିତୀୟ ଦିନରେ ୩୩୬ ରନରୁ ଆରମ୍ଭ କରିଥିଲା ମ୍ୟାଚ । ୩୯୬ ରନ କରି ଅଲଆଉଟ୍‌ ହୋଇଥିଲା ଭାରତ । ଦ୍ୱିତୀୟ ଦିନରେ ଦ୍ୱିଶତକ ହାସଲ କରିଛନ୍ତି ଯଶସ୍ୱୀ ଜୟସ୍ୱାଲ । ଭାରତ ଅଲଆଉଟ ହେବା ପରେ ଇଂଲଣ୍ଡ ପ୍ରଥମ ଇନିଂସ ଆରମ୍ଭ କରିଛି । ଏପର୍ଯ୍ୟନ୍ତ ଇଂଲଣ୍ଡ ୩ ଓ୍ଵିକେଟ ହରାଇ ୧୨୪ ରନ୍‌ କରିସାରିଛି ।

ସୂଚନାଯୋଗ୍ୟ, ସୁନିଲ ଗାଭାସ୍କର ଭାରତ ପାଇଁ ୧୨୫ଟି ଟେଷ୍ଟ ମ୍ୟାଚରେ ୫୧.୧୨ ରେଟରେ ୧୦,୧୨୨ ରନ୍‌ କରିଛନ୍ତି । ଏଥିରେ ୩୪ ଶତକ ଏବଂ ୪୫ ଅର୍ଦ୍ଧଶତକ ସାମିଲ ରହିଛି । ସୁନିଲ ଟେଷ୍ଟ କ୍ରିକେଟରେ ୪ଟି ଦ୍ୱିଶତକ କରିଛନ୍ତି । ଟେଷ୍ଟରେ ତାଙ୍କର ଶ୍ରେଷ୍ଠ ସ୍କୋର ୨୩୬ ରନ୍‌ ରହିଛି । ସେ ୧୦୮ଟି ଦିନିକିଆ ମ୍ୟାଚରେ ୩୦୯୨ ରନ୍‌ କରିଥିବା ବେଳେ ୧ଟି ଶତକ ୨୭ ଅର୍ଦ୍ଧଶତକ ସାମିଲ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.