Below header

ଜନମତ ୨୦୧୯ : ହାର ଜିତର ହିସାବ ନିକାଶ, ଜାଣନ୍ତୁ କେଉଁ ଆସନରେ କିଏ ରହିଛି ଆଗରେ ଆଉ କିଏ ପଛରେ

ଶେଷ ହୋଇଛି ଅପେକ୍ଷା । ରାଜ୍ୟରେ ପୁଣି ବାଜିଲା ଶଙ୍ଖ । ୧୬ଟି ଲୋକସଭା ଆସନରେ ବିଜେଡି ଆଗୁଆ ଥିବା ବେଳେ ବିଜେପି ୫ ଟାରେ ରହିଛି ଆଗୁଆ । ହେଲେ ଖାତା ଖୋଲିପାରି ନାହିଁ କଂଗ୍ରେସ୍ । ସେହିପରି ୧୧୫ ଟି ବିଧାନସଭା ଆସନରେ ବିଜେଡି ଆଗୁଆ ରହିଥିବା ବେଳେ ୨୧ ଟିରେ ଆଗୁଆ ରହିଛି ବିଜେପି ଏବଂ ୮ଟିରେ ଆଗୁଆ ରହିଛି କଂଗ୍ରେସ୍ । ଏବେ ନଜର ପକାନ୍ତୁ କେଉଁ ଆସନରେ କିଏ ରହିଛି ଆଗୁଆ ।

ବହୁଚର୍ଚ୍ଚିତ କେନ୍ଦ୍ରାପଡ଼ା ଲୋକସଭା ଆସନରେ ବିଜେଡି ପ୍ରାର୍ଥୀ ଅନୁଭବ ମହାନ୍ତି ବାଜି ମାରିପାରନ୍ତି । ବର୍ତ୍ତମାନ ବୈଜୟନ୍ତ ପଣ୍ଡାଙ୍କ ଠାରୁ ୨୬୯୪୮ ଭୋଟରେ ଆଗୁଆ ଅଛନ୍ତି ଅନୁଭବ ।

– କେନ୍ଦୁଝରରେ ବିଜେଡି ପ୍ରାର୍ଥୀ ଚନ୍ଦ୍ରାଣୀ ମୁର୍ମୁ ଆଗୁଆ

– ଆସିକାରେ ପ୍ରମିଳା ବିଶୋଇ ୫୦ ହଜାର ଭୋଟରେ ଆଗୁଆ

– କଟକରେ ବିଜେଡି ପ୍ରାର୍ଥୀ ଭର୍ତ୍ତୃହରି ମହତାବ ୮ ହଜାର ଭୋଟରେ ଆଗୁଆ

– ବାଲେଶ୍ବରରେ ପ୍ରତାପ ଷଡଙ୍ଗୀ ଆଗୁଆ

– କନ୍ଧମାଳରେ ବିଜେଡି ପ୍ରାର୍ଥୀ ଅଚ୍ୟୁତ ସାମନ୍ତ ୨୫୯୮୫ ଭୋଟରେ ଆଗୁଆ

– ପୁରୀରେ ବିଜେଡି ପ୍ରାର୍ଥୀ ପିନାକୀ ମିଶ୍ର ୧୪୪୧ ଭୋଟରେ ଆଗୁଆ

– ବିଜେପି ପ୍ରାର୍ଥୀ ବସନ୍ତ ପଣ୍ଡା ୯୪୬୬ ଭୋଟରେ ଆଗୁଆ

– ବିଜେଡି ପ୍ରାର୍ଥୀ ରାଜଶ୍ରୀ ମଲ୍ଲିକ ୮୪୬୪ ଭୋଟରେ ଆଗୁଆ

– ରମେଶ ମାଝି ୩୫ ହଜାର ଭୋଟରେ ଆଗୁଆ

–  ଆଳିରେ ବିଜେଡି ପ୍ରାର୍ଥୀ ପତାପ ଦେବ ଏବଂ ଭୁବନେଶ୍ବର (ମଧ୍ୟ)ରେ ଅନନ୍ତ ନାରାୟଣ ଜେନା ଆଗୁଆ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.