ପୁରୀରେ ଶ୍ରୀମନ୍ଦିର ସମ୍ମୁଖରେ ମହା ଆଡମ୍ବରରେ ପାଳିତ ହୋଇଛି ଗୋଷାଣୀ ଯାତ

ପୁରୀ (କେନ୍ୟୁଜ୍) : ପୁରୀରେ ମହା ଆନନ୍ଦ ଉତ୍ସାହର ସହ ପାଳନ ଦଶହରାର ଅନ୍ତିମ ପର୍ବ ଗୋଷାଣୀ ଯାତ। ଏହି ଗୋଷାଣୀ ଯାତ ପାଇଁ ସହରର ସମସ୍ତ ମୁଣ୍ମୟୀ ପ୍ରତିମା ଗୁଡିକ ସିଂହଦ୍ବାର ସମ୍ମୁଖରେ ଏକତ୍ରିତ ହୋଇଥିଲେ। ଏହି ଯାତରେ ୩୦ରୁ ଅଧିକ ଦୁର୍ଗାମୂର୍ତ୍ତି ସହ ଅନ୍ୟାନ୍ୟ ପାରମ୍ପରିକ ମୂର୍ତ୍ତି ଗୁଡିକ ଭାଗ ନେଇଥିଲେ।

ghoshani jataଯାତରେ ସବୁଠାରୁ ଆକର୍ଷଣୀୟ ଥିଲା ବିଭିନ୍ନ ସାହି ପକ୍ଷରୁ ପ୍ରସ୍ତୁତ ହୋଇଥିବା ବିରାଟକାୟ ନାଗା ମୂର୍ତ୍ତି। ଏହି ଯାତରେ ଶ୍ରୀମନ୍ଦିର ସମ୍ମୁଖରେ ହଜାର ହଜାର ଭକ୍ତଙ୍କର ସମାଗମ ହୋଇଥିଲା। ବିଳମ୍ବିତ ରାତି ପର୍ଯ୍ଯନ୍ତ ଏହି ଘୋଷଣୀ ମୂର୍ତ୍ତି ଗୁଡିକୁ ଶୋଭାଯାତ୍ରାରେ ନିଆଯାଇ ବିସର୍ଜନ କରାଯାଇଥିଲା।

Leave A Reply

Your email address will not be published.