କେନାଲକୁ ଖସିଲା କାର : ଗୋଟିଏ ପରିବାରର ୩ ଜଣ ଉଦ୍ଧାର

ମାହାଙ୍ଗା (କେନ୍ୟୁଜ୍) : ଭାରସାମ୍ୟ ହରାଇ କେନାଲକୁ ଖସିଲା କାର । କଟକ ଜିଲ୍ଲା ମାହାଙ୍ଗା ପଟ୍ଟାମୁଣ୍ଡାଇ ମୁଖ୍ୟ କେନାଲର ଜଳେଶ୍ୱରପୁରଠାରେ ଦୁର୍ଘଟଣା ଘଟିଛି । ରାସ୍ତାର ଅବସ୍ଥା ଶୋଚନୀୟ ଥିବାରୁ କାରଟି ଭାରସାମ୍ୟ ହରାଇ କେନାଲ ଭିତରକୁ ଖସିପଡ଼ିଥିଲା । ଦମକଳ ବାହିନୀ ଓ ସ୍ଥାନୀୟ ଲୋକ କାର ଭିତରୁ ୩ ଜଣଙ୍କୁ ଉଦ୍ଧାର କରିଛନ୍ତି । ଏମାନେ ହେଉଛନ୍ତି ସ୍ୱାମୀ, ସ୍ତ୍ରୀ ଓ ତାଙ୍କର ୩ ବର୍ଷର ଝିଅ । ଉଦ୍ଧାର ପରେ ଏମାନଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ସମସ୍ତଙ୍କ ଅବସ୍ଥା ଭଲ ରହିଥିବା ସୂଚନା ମିଳିଛି।

Leave A Reply

Your email address will not be published.