Below header

ଉଦ୍ଧାର ହେଲା ୩ କ୍ୱିଣ୍ଟାଲ ଓଜନର ଶାଙ୍କୁଚ, ନିଆଳି ବ୍ଲକ ବିଳାଶୁଣୀ ନିକଟ କନ୍ଦଳ ନଦୀରୁ ଧରିଲେ ଗାଁଲୋକେ

ନିଆଳି: ମାଛ ଜାଲରେ ଶାଙ୍କୁଚ। କଟକ ଜିଲ୍ଲା ନିଆଳି ବ୍ଲକ ବିଳାଶୁଣୀ ନିକଟ କନ୍ଦଳ ନଦୀରୁ ଉଦ୍ଧାର ହୋଇଛି ୩ କ୍ୱିଣ୍ଟାଲ ଓଜନର ଶାଙ୍କୁଚ। ଏହାର ଲମ୍ବ ୧୩ ଫୁଟ ଓ ଚଉଡା ୭ ଫୁଟ। ଆଜି ସକାଳେ ଗାଁଲୋକେ ନଦୀରୁ ମାଛ ଧରୁଥିବା ବେଳେ ଜାଲରେ ଶାଙ୍କୁଚଟି ପଡିଥିଲା। ଏନେଇ ବନବିଭାଗକୁ ଖବର ଦିଆଯିବା ପରେ ଘଟଣାସ୍ଥଳରେ ସେମାନେ ପହଞ୍ଚିଥିଲେ। ଏହାପରେ ପୁଣି ଥରେ ତାକୁ କନ୍ଦଳ ନଦୀ ଭିତରେ ଛାଡି ଦିଆଯାଇଛି। ଶାଙ୍କୁଚକୁ ଦେଖିବା ପାଇଁ ନଦୀ କୂଳରେ ଲୋକଙ୍କ ଭିଡ ଜମିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.