Below header

ପୋଲିସ ଡିଜି ଅଭୟଙ୍କ ପୁରୀ ଶ୍ରୀମନ୍ଦିର ଗସ୍ତ, ଦାୟିତ୍ୱ ଗ୍ରହଣ ପରେ କଲେ ମହାପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷା

ପୁରୀ: ପୋଲିସ ଡିଜି ଅଭୟଙ୍କ ପୁରୀ ଶ୍ରୀମନ୍ଦିର ଗସ୍ତ। ଡିଜି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଅଭୟ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି। ସକାଳ ୭ଟାରେ ଶ୍ରୀମନ୍ଦିର ସିଂହଦ୍ୱାର ନିକଟରେ ପୋଲିସ ଡିଜି ପହଞ୍ଚିବା ପରେ ପୁରୀ ଏସପି ଉମାଶଙ୍କର ଦାସ ତାଙ୍କୁ ସ୍ୱାଗତ କରିଥିଲେ। ଅଭୟ ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ସହ ଅନ୍ୟ ଦେବଦେବୀଙ୍କୁ ଦର୍ଶନ କରିଥିଲେ। ମହାପ୍ରଭୁଙ୍କୁ ଦର୍ଶନ କରି ବେଶ ଆନନ୍ଦ ପ୍ରକାଶ କରିଛନ୍ତି ନୂଆ ଡିଜି ଅଭୟ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.