Below header

ମାଲକାନଗିରି ସ୍ୱାଭିମାନ ଅଞ୍ଚଳରେ ଲୋକଙ୍କ ବାଡ଼ିରେ ଗଞ୍ଜେଇ ଚାଷ, ଏଥିପାଇଁ ମାଓବାଦୀଙ୍କୁ ଦେବାକୁ ପଡୁଛି ମୋଟା ଅଙ୍କର ଚାନ୍ଦା

ମାଲକାନଗିରି : ଗଞ୍ଜେଇ ଚାଷ ପାଇଁ ମାଓବାଦୀଙ୍କୁ ବଟି। ପଦାକୁ ଆସିଛି ଏଭଳି ଚାଞ୍ଚଲ୍ୟକର ତଥ୍ୟ। ମାଲକାନଗିରି ସ୍ୱାଭିମାନ ଅଞ୍ଚଳରେ ଲୋକଙ୍କ ବାଡ଼ିରେ ପରିବା ଚାଷ ବଦଳରେ ହେଉଛି ଗଞ୍ଜେଇ ଚାଷ। କେବଳ ଗୋଟିଏ ଦୁଇଟି ଗାଁରେ ନୁହେଁ, ସମଗ୍ର ସ୍ୱାଭିମାନ ଅଞ୍ଚଳରେ ଚାଲିଛି ଗଞ୍ଜେଇ ଚାଷ। ଆଉ ଏଥିପାଇଁ ମାଓବାଦୀଙ୍କୁ ମୋଟା ଅଙ୍କର ଚାନ୍ଦା ଦେବାକୁ ପ଼ଡିଥାଏ। ମାଓବାଦୀଙ୍କ ବିନା ଅନୁମତିରେ ଏଠାରେ ଗଞ୍ଜେଇ ଚାଷ କରିବା ମନା। ଲାଲ କରିଡର କୁହାଯାଉଥିବା ସ୍ୱାଭିମାନ ଅଞ୍ଚଳରେ ମାଓବାଦୀଙ୍କ ବିନା ଅନୁମତିରେ ଗଛପତ୍ର ମଧ୍ୟ ହଲିବା ମନା।

ganjafarmingପୋଲିସ ଏଠାକୁ ଆସିବା କଷ୍ଟସାଧ୍ୟ ହୋଇଥିବାରୁ ମାଓବାଦୀଙ୍କ ଚରାଭୂଇଁ ପାଲଟିଛି ସ୍ୱାଭିମାନ ଅଞ୍ଚଳ। ଏହି ବେଆଇନ ଚାଷ ପାଇଁ ପ୍ରଥମେ ଗଞ୍ଜେଇ ମାଫିଆ ଲୋକଙ୍କୁ ଠକି ଲୁଟୁଥିବା ବେଳେ ମାଓବାଦୀଙ୍କ ଦାଦାବଟି ସେମାନଙ୍କ ଉପରେ କୋରଡ଼ାମାଡ଼ ସାଜିଛି। ଲୋକମାନେ ପେଟପାଟଣା ପାଇଁ ବେଆଇନ ଚାଷ ଚଳାଇଥିବା ବେଳେ ନାନା ହନ୍ତସନ୍ତ ହେବାକୁ ପଡୁଛି। ସେପଟେ ଚାନ୍ଦା ନଦେଲେ ମାଓବାଦୀଙ୍କ କଠୋର ଦଣ୍ଡ ଧମକ। ଲାଲଗଡ଼ରେ ମାଓବାଦୀଙ୍କ ନାଲି ଆଖି ଆଗରେ ମୁଣ୍ଡପାତି ଚଳିବାକୁ ପଡୁଥିବା କହିଛନ୍ତି ଜଣେ ସ୍ଥାନୀୟ ବାସିନ୍ଦା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.