Below header

ଆଗ୍ନେୟଗିରି ବିସ୍ଫୋରଣରେ ଆହତ ଲୋକଙ୍କ ଚିକିତ୍ସା ପାଇଁ ମଣିଷ ଚମର ଅର୍ଡର ଦେଲେ ନ୍ୟୁଜିଲାଣ୍ଡ ସରକାର

ନ୍ୟୁଜିଲାଣ୍ଡର ହ୍ଵାଇଟ୍‌ ଦ୍ୱୀପ୍‌ରେ ଆଗ୍ନେୟଗିରି ବିସ୍ଫୋରଣରେ ଆହତ ହୋଇଥିବା ଲୋକଙ୍କ ଚିକିତ୍ସା ଲାଗି ସରକାର ୧୨୯୨ ବର୍ଗ ମିଟରର ମାନବ ତ୍ୱଚା ବା ମଣିଷ ଚମର ଅର୍ଡର ଦେଇଛନ୍ତି। ସୋମବାର ଘଟିଥିବା ଏହି ଦୁର୍ଘଟଣାରେ ବୁଧବାର ସୁଦ୍ଧା ମୃତକଙ୍କ ସଂଖ୍ୟା ୧୦କୁ ବୃଦ୍ଧି ପାଇଛି। ଏଭଳିସ୍ଥଳେ ୨୭ଜଣଙ୍କ ଅବସ୍ଥା ଗୁରୁତର ଥିବାବେଳେ ସମସ୍ତଙ୍କୁ ଇନ୍‌ଣ୍ଟେସିଭ୍‌ କେୟାରରେ ଭର୍ତ୍ତି କରାଯାଇଛି। ବାକି ଅନ୍ୟମାନେ ସାମାନ୍ୟ ରୂପରେ ଆହତ ହୋଇଛନ୍ତି। ଦୁର୍ଘଟଣା ଘଟିବା ସମୟରେ ଦ୍ୱୀପରେ ୪୭ଜଣ ପଯ୍ୟର୍ଟକ ଥିଲେ।

ag4

ଡାକ୍ତରଙ୍କ କହିବା ହେଲା, ପୀଡ଼ିତମାନଙ୍କର ଚିକିତ୍ସା ପାଇଁ ତ୍ୱଚାର ବହୁତ ଆବଶ୍ୟକ ରହିଛି। ଅଧିକାଂଶ ଲୋକ ଗ୍ୟାସ୍‌ ଏବଂ ପାଉଁଶ ସଂସ୍ପର୍ଶରେ ଆସି ଗୁରୁତର ହୋଇପଡ଼ିଛନ୍ତି। ୨୭ଜଣ ୩୦ ପ୍ରତିଶତରୁ ଅଧିକ ପୋଡ଼ିଯାଇଛନ୍ତି। ସେହିପରି ଜିଲା ହେଲ୍‌ଥ ବୋର୍ଡ ଅଫିସର ପିଟର ଓ୍ଵାଟସନ କହିଛନ୍ତି, ଆମେ ସମସ୍ତଙ୍କ ଚିକିତ୍ସା କରୁଛୁ। ଏବେ ୧ ୨୯୨ ବର୍ଗ ମିଟରର ଅତିରିକ୍ତ ମାନବ ତ୍ୱଚା ଦରକାର। ଆମେ ଆମେରିକାକୁ ତ୍ୱଚା ମାଗିଛୁ। ଅର୍ଡର ପଠାଇ ଦିଆଯାଇଛି। ଏହାଛଡ଼ା ଅଷ୍ଟ୍ରେଲିଆର ଟିସ୍ୟୁ ଏବଂ ସ୍କିନ୍‌ ବ୍ୟାଙ୍କକୁ ମଧ୍ୟ ଅର୍ଡର ଦିଆଯାଇଛି।

ag55

୧୨ ହଜାର ଫୁଟ ଉଚ୍ଚ ପଯ୍ୟର୍ନ୍ତ ଉଠିଥିଲା ପାଉଁଶ

ନ୍ୟୁଜିଲାଣ୍ଡର ଜିଓସାଇନ୍ସ ଏଜେନ୍ସି ମଙ୍ଗଳବାର କହିଥିଲା ଯେ ଆଗ୍ନେୟଗିରି ବିସ୍ଫୋରଣ ଖୁବ୍‌ କମ୍‌ ସମୟ ପାଇଁ ଥିଲା। କିନ୍ତୁ ଏହାର ଧୂଅାଁ ଏବଂ ପାଉଁଶ ଆକାଶରେ ପାଖାପାଖି ୧୨ ହଜାର ଫୁଟ(୩୬୫୮ ମିଟର) ପଯ୍ୟର୍ନ୍ତ ପହଞ୍ଚିଯାଇଥିଲା। ଏବେ ଏହା ପୁନର୍ବାର ଫାଟିବାର ସମ୍ଭାବନା କମ୍‌ ରହିଛି। ହ୍ଵାଇଟ୍‌ ଦ୍ୱୀପରେ ଥିବା ଏହି ଆଗ୍ନେୟଗିରି ସବୁଠାରୁ ସକ୍ରିୟ ଆଗ୍ନେୟଗିରି। ବୈଜ୍ଞାନିକମାନେ ୩ ଡିସେମ୍ବରକୁ ଆଗ୍ନେୟଗିରି ଫାଟିବା ନେଇ ଆଶଙ୍କା କରିଥିଲେ। ସେତେବେଳେ ଏହାର ତୀବ୍ରତା ଏତେ ନ ଥିଲା। ଏଥିପାଇଁ କୌଣସି ଚେତାବନୀ ଜାରି କରାଯାଇ ନ ଥିଲା ବୋଲି ଏଜେନ୍ସି କହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.