ନିଜ ଗ୍ରାହକଙ୍କୁ ବ୍ରଡବ୍ୟାଣ୍ଡ ପ୍ଲାନ୍‌ରେ ୧୦୦୦ ଟଙ୍କାର ରହାତି ଦେଉଛି Airtel, ଅଫର ମାତ୍ର ୧୨ ଡିସେମ୍ବର ପର୍ଯ୍ୟନ୍ତ ଲାଗୁ

ଟେଲିକମ୍‌ ବଜାରରେ ବଢିଚାଲିଥିବା ପ୍ରତିଯୋଗିତା ମଧ୍ୟରେ Airtel ତାର ବ୍ରଡବ୍ୟାଣ୍ଡ ଗ୍ରାହଙ୍କ ପାଇଁ ଆଣିଦେଇଛି ଡିସକାଉଣ୍ଟ। ନିଜ ଗ୍ରାହକଙ୍କୁ ଏୟାରଟେଲ ୧୦୦୦ ଟଙ୍କାର ରିହାତି ଦେବ ବୋଲି ଘେଷଣା କରିଛି। ଏହି ଅଫର ଏବେ ବେଙ୍ଗାଲୁରୁ ଏବଂ ଚେନ୍ନାଇରେ ଆରମ୍ଭ ହୋଇଛି। ଏହି ଅଫର ମାତ୍ର ସୀମିତ ସମୟ ପାଇଁ ରହିଛି। ଏୟାରଟେଲର ଏହି ଅଫରକୁ ଆପଣ ୱେବସାଇଟ୍‌ କିମ୍ବା ମାଇଁ ଏୟାରଟେଲ ଆପ୍‌ରେ ମଧ୍ୟ ଦେଖିପାରିବେ।

airtel app

ଏହି ଅଫର ଜରିଆରେ ଗ୍ରାହକ ୭୯୯ ଟଙ୍କାର ପ୍ରାରମ୍ଭିକ ବ୍ରଡବ୍ୟାଣ୍ଡ୍‌ କନେକସନ ମଧ୍ୟ ନେଇପାରିବେ। ଯଦି ଆପଣ ୭୯୯ ଟଙ୍କାରୁ ଅଧିକ ମୂଲ୍ୟର ପ୍ଲାନ ନେଉଛନ୍ତି ତେବେ ଆପଣଙ୍କୁ ୧୦୦୦ ଟଙ୍କାର ଡିସକାଉଣ୍ଟ ମିଳିବ। ଏହି ଅଫର ୧୨ ଡିସେମ୍ବର ରାତିରେ ଶେଷ ହୋଇଯିବ। ଏହି ଅଫର କେବଳ ନୂଆ ଗ୍ରାହକଙ୍କ ପାଇଁ ରହିଛି। ଏୟାରଟେଲ ପକ୍ଷରୁ ଗତ ଅକ୍ଟୋବରରେ ବ୍ରଡବ୍ୟାଣ୍ଡ ପ୍ଲାନଗୁଡିକୁ ଅପଡେଟ୍‌ କରିଛି, ଯାହା ପରେ ଗ୍ରାହକଙ୍କୁ ମାତ୍ର ୨୯୯ ଟଙ୍କାରେ ହାଇ ସ୍ପିଡ ଡାଟା ମିଳୁଛି। ଏୟାର ନିକଟରେ ନିଜର ବ୍ରଡବ୍ୟାଣ୍ଡ ପ୍ଲାନକୁ “ Airtel Xstream fibre” ନାମରେ ଲଞ୍ଚ କରିଛି। ଏୟାରଟେଲ ବ୍ରଡବ୍ୟାଣ୍ଡ କନେକସନ ସହିତ ଗ୍ରାହକଙ୍କୁ Netflix, Amazon prime video ଏବଂ G5 ର ସବ୍‌ସ୍କ୍ରିପସନ ମଧ୍ୟ ଫ୍ରି ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.