ନିର୍ମମ ହତ୍ଯାକାଣ୍ଡ : ହାତଗୋଡ ବନ୍ଧା ଅବସ୍ଥାରେ ନାବାଳିକାର କ୍ଷତାକ୍ତ ମୃତଦେହ ଉଦ୍ଧାର

ଯାଜପୁର : ପୁଣି ଏକ ନିର୍ମମ ହତ୍ୟାକାଣ୍ଡ ଘଟିଛି ଯାଜପୁର ଜିଲ୍ଲା କୋରେଇ ଥାନା ଅର୍ନ୍ତଗତ ଫାଜଲପୁର ଗ୍ରାମରେ । ହଜାରୀ ପୋଖରୀରୁ ହାତଗୋଡ ବନ୍ଧା ଅବସ୍ଥାରେ ଜଣେ ନାବାଳିକାର କ୍ଷତାକ୍ତ ମୃତ ଦେହ ଉଦ୍ଧାର କରିଛି ପୋଲିସ । ମହୁରିଆ ସଂପ୍ରଦାୟର ଏହି ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ପୋଲିସ ସେନ୍ଦହ କରୁଛି ।
ମୃତକଙ୍କ ପରିବାର ପକ୍ଷରୁ ଏନେଇ ଥାନାରେ ଲିଖିତ ଅଭିଯୋଗ ହୋଇଛି । ଘଟଣାର ଅନୁଧ୍ୟାନ ପାଇଁ ବରିଷ୍ଠ ଅଧିକାରୀଙ୍କ ସହ ସମ୍ପୃକ୍ତ ଥାନା ଅଧିକାରୀ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଥିଲେ । କୋରେଇ ପୋଲିସ ପହଂଚି ମୃତଦେହ ଜବତ କରି ଦାନଗଦି ମେଡିକାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ସନ୍ଦେହରେ ପୋଲିସ ୪ ଜଣଙ୍କୁ ଥାନାରେ ଅଟକ ରଖି ପୋଲିସ ତଦନ୍ତ କରିଛି ।