ଭୁବନେଶ୍ବର: ପୁଣି ମାତିଲେ ଲୁଟେରା, ସ୍କୁଟିରେ ଯାଉଥିବା ଯୁବତୀଙ୍କ ଠାରୁ ମୋବାଇଲ ଲୁଟିଲା ବେଳେ ତଳେ ପଡି ଯୁବତୀ ଗୁରୁତର

ଭୁବନେଶ୍ବର(କେନ୍ୟୁଜ୍): ଦିନ ଦ୍ବିପ୍ରହରେ ମାତିଲେ ଲୁଟେର । ସ୍କୁଟିରେ ଯାଉଥିବା ଯୁବତୀଙ୍କ ଠାରୁ ମୋବାଇଲ ଝମ୍ପିବା ବେଳେ ତଳେ ପଡି ଗୁରୁତର ହେଲେ ଯୁବତୀ। ଘଟଣା ଘଟିଛି ରସୁଲଗଡ଼ କେନାଲ ରୋଡରେ । ମିଳିଥିବା ସୂଚନା ମୁତାବକ ଆଜି ଦିନ ପ୍ରାୟ ସାଢେ଼ ୧୧ଟା ସମୟରେ ସୌଜନ୍ୟା ସାହୁ ନାମକ ଜଣେ ଯୁବତୀ ନିଜ ସ୍କୁଟି ଯୋଗେ ରସୁଲଗଡ଼ କେନାଲ ବନ୍ଧ ଦେଇ ଚକେଇ ସିଆଣି ରାସ୍ତା ରେ ଆସୁଥିବା ବେଳେ ହଠାତ୍ ଜଣେ ଯୁବକ ନିକଟରେ ପହଞ୍ଚି ସାଇଡ ପକେଟ୍ ରୁ ମୋବାଇଲ୍ ଛଡ଼ାଇ ନେଇଥିଲେ।ତାପରେ ଯୁବତୀ ଜଣକ ଭାରସାମ୍ୟ ହରାଇ ସ୍କୁଟି ରୁ ପଡି ଯାଇଥିଲେ।ସେ ସେମିତି ଆହତ ଅବସ୍ଥାରେ ତଳେ ପଡି ସାହାଯ୍ୟ ମାଗୁଥିଲେ ସୁଦ୍ଧା କେହି ହେଲେ ସାହାଯ୍ୟ କରିବାକୁ ଆଗେଇ ଆସିନଥିଲେ ।
ସେହି ସମୟରେ ନାରାୟଣ ପୃଷ୍ଟି ନମକ ଜଣେ ସମାଜସେବୀ ସେହିବାଟ ଦେଇ ଯାଉଥିବା ବେଳେ ଯୁବତୀଙ୍କୁ ଉଠାଇ ପୋଲିସକୁ ଫୋନ କରିଥିଲେ। ପୋଲିସ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଯୁବତୀଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛି। ଯୁବତୀ ଜଣକ ହେଉଛନ୍ତି ବାଲିଅନ୍ତା ବିହାର କମଳା କାନ୍ତ ସାହୁଙ୍କ ଝିଅ ସୌଜନ୍ୟ। ସାହୁ । ଘଟଣାକୁ ନେଇ ତାଙ୍କ ବାପା ବାଲିଅନ୍ତା ଥାନାରେ ଏତଲା ଦେଇଛନ୍ତି ।