ସୁଶାନ୍ତ ସିଂ ରାଜପୁତଙ୍କଠାରୁ ପ୍ରେରିତ ହୋଇ ଏହି ଯୁବକ ଚନ୍ଦ୍ରରେ କିଣିଲେ ଜାଗା, ଜାଣନ୍ତୁ କେତେରେ ନେଲେ ?

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ତାଜନଗରୀ ଆଗ୍ରାରେ ରହୁଥିବା ଜଣେ ଯୁବକ ତାଙ୍କଠାରୁ ପ୍ରେରିତ ହୋଇ ଚନ୍ଦ୍ରରେ ଜାଗା କିଣିଛନ୍ତି। ଯୁବକଙ୍କ କହିବା ହେଲା, ସେ ତାଙ୍କ ପରିବାର ପାଇଁ ଏମିତି କରିଛନ୍ତି। କହି ରଖୁଛୁ, ସୁଶାନ୍ତ ସିଂ ରାଜପୁତ ମଧ୍ୟ ଚନ୍ଦ୍ରରେ ଜାଗା କିଣିଥିଲେ। ଯୁବକଙ୍କ ନାଁ ଗୌରବ। ସେ ହୋଟେଲ ମ୍ୟାନେଜମେଣ୍ଟ କରିଛନ୍ତି। ଗତ ୬ ବର୍ଷ ହେବ ଦୁବାଇ ସମେତ ୪ ଦେଶରେ ସେ ଚାକିରି କରିସାରିଛନ୍ତି।

ede

କରୋନା ସଂକ୍ରମଣ ଯୋଗୁ ହୋଇଥିବା ଲକଡାଉନ ପରେ ଗୌରବ ଏକ ୫ ଷ୍ଟାର ହୋଟେଲରୁ ଚାକିରି ଛାଡ଼ି ନିଜ ଘରକୁ ଫେରିଆସିଥିଲେ। ସେ ସୁଶାନ୍ତଙ୍କର ବହୁତ ବଡ଼ ଫ୍ୟାନ ଥିଲେ। ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ଗୌରବ ଦୁଃଖିତ ଥିଲେ। ସୁଶାନ୍ତ ଚନ୍ଦ୍ରରେ ଜାଗା କିଣିଥିବା ନେଇ ତାଙ୍କୁ ଖବର ମିଳିଥିଲା। ଏହାପରେ ସେ ମଧ୍ୟ ଚନ୍ଦ୍ରରେ ଜାଗା କିଣିବା ପାଇଁ ମନରେ ବିଚାର କରିଥିଲେ।

gg

ୟୁଏସ ସଂସ୍ଥା ‘ଲୁନାର’ ପାଖରେ ଚନ୍ଦ୍ରରେ ଜାଗା ବିକ୍ରି କରିବାର ଅଧିକାର ଅଛି। ଗୌରବ ଏହି ସଂସ୍ଥା ସହ ଯୋଗାଯୋଗ କରିଥିଲେ। ୩ ମାସର ପରିଶ୍ରମ ପରେ ତାଙ୍କୁ ଚନ୍ଦ୍ରରେ ଜାଗା କିଣିବାର ଦସ୍ତାବିଜ ମିଳିଥିଲା। ଗୌରବ କହିଛନ୍ତି, ଚନ୍ଦ୍ରରେ ଜାଗା କିଣିବା ପାଇଁ ତାଙ୍କୁ ଡଲାରରେ ପେମେଣ୍ଟ କରିବାକୁ ପଡ଼ିଲା। ପାଖାପାଖି ୫୫ ହଜାର ଟଙ୍କାରେ ତାଙ୍କୁ ଚନ୍ଦ୍ରରେ ୧ ଏକର ଜାଗା ମିଳିଗଲା। ଏହି ସମୟରେ ଯେଉଁ ଡକ୍ୟୁମେଣ୍ଟସ ଏବଂ ପ୍ରୋସେସ ଥିଲା, ତାହା ବହୁତ ଜଟିଳ ଥିଲା। ୩ ମାସ ପରେ ଶେଷରେ ଚନ୍ଦ୍ରରେ ତାଙ୍କୁ ଜାଗା ମିଳିଥିଲା।

fd

ff

ସବୁଠାରୁ ଅଧିକ ସମସ୍ୟା ଥିଲା, ୟୁଏସରେ ଭାରତୀୟ କାର୍ଡ ଗ୍ରହଣ ହୋଇପାରୁ ନ ଥିଲା। ଏଥିପାଇଁ ସେ ୟୁଏସରେ ନିଜର ଜଣେ ସାଙ୍ଗଙ୍କ ସହାୟତା ନେଇଥିଲେ। ଏହାପରେ ତାଙ୍କର ପେମେଣ୍ଟ ହୋଇପାରିଥିଲା। ଗୌରବଙ୍କ କହିବା ହେଲା, କେହି ନିଜର ଭବିଷ୍ୟତ ଦେଖିନାହାନ୍ତି। ଏହା ମଧ୍ୟ ହୋଇପାରେ କି, କେହି ଚନ୍ଦ୍ରକୁ ଯାଇ ନ ପାରନ୍ତି। ତଥାପି ଯଦି ଭବିଷ୍ୟତରେ ଚନ୍ଦ୍ରରେ ଘର କିଣିବାର ମଉକା ମିଳେ, ତା’ହେଲେ ସର୍ବପ୍ରଥମେ ତାଙ୍କୁ ହିଁ ସୁଯୋଗ ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.