ଜନ୍ମଦିନ ପାଲଟିଲା ମୃତ୍ୟୁର ଦିନ, ଘର ଭିତରୁ ସପ୍ତମ ଶ୍ରେଣୀ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଉରକେଲା : ଜନ୍ମଦିନ ପାଲଟିଲା ମୃତ୍ୟୁର ଦିନ। ସପ୍ତମ ଶ୍ରେଣୀ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ଆଉ କିଛି ସମୟ ପରେ ପାଳନ ହୋଇଥାନ୍ତି ଗେହ୍ଲି ଝିଅର ଜନ୍ମଦିନ। ଏଥିପାଇଁ ବାପା, ମାଆ ଜୋରଦାର ପ୍ରସ୍ତୁତିରେ ଲାଗିଥିଲେ। ସାଙ୍ଗସାଥୀଙ୍କୁ ଡକାସାରିଥିଲା। କେକ୍‌ ବି ଅଣାଯାଇଥିଲା। ବାହାରେ ସମସ୍ତେ ଅପେକ୍ଷା କରି ରହିଥିଲେ ଜନ୍ମଦିନ ପାଳିବା ପାଇଁ। ହେଲେ ଭିତରେ କବାଟ ଖୋଲିନଥିଲା ଝିଅ। ଯେତେ ଡାକିଥିଲେ ବି ଶୁଣିନଥିଲା। ସନ୍ଦେହ ହେବାରୁ ମାଆ ଝରକା ବାଟେ ଦେଖିବାରୁ ଫ୍ୟାନରେ ଝୁଲିପଡିଥିଲା ଅଲିଅଳି ଝିଅ। ତାଙ୍କ ସଙ୍ଗେ ସଙ୍ଗେ ରେଳବାଇ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ମୃତ ଘୋଷଣା କରିଥିଲେ। ରାଉରକେଲା ବନ୍ଧମୁଣ୍ଡା ସେକ୍ଟର ସି ଅଞ୍ଚଳରେ ଆତ୍ମହତ୍ୟା କରିଛି ୭ମ ଶ୍ରେଣୀର ଛାତ୍ରୀ। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ମୃତଦେହ ବ୍ୟବଛେଦ ପରେ ପ୍ରକୃତ କାରଣ ଜଣାପଡିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.