Below header

କୁମାର ପୂର୍ଣ୍ଣିମା ପାଳନ ନିମନ୍ତେ ଚାଲିଥିଲା ପ୍ରସ୍ତୁତି, ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲେ କୁମାରୀ

ଚାଲିଥିଲା କୁମାରପୂର୍ଣ୍ଣିମା ପାଳନ ନିମନ୍ତେ ପ୍ରସ୍ତୁତି । ହେଲେ ଅଚାନକ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହୋଇଗଲା ଯୁବତୀଙ୍କ ମୃତ୍ୟୁ। ଆନନ୍ଦପୁର ପୌରପରିଷଦ ୧୬ ନମ୍ବର ୱାର୍ଡ ଶୈଲଙ୍ଗ ଗାଁରେ ଘଟିଛି ଏପରି ଅଭାବନୀୟ ଘଟଣା ।

ଆନନ୍ଦପୁର : ଚାଲିଥିଲା କୁମାରପୂର୍ଣ୍ଣିମା ପାଳନ ନିମନ୍ତେ ପ୍ରସ୍ତୁତି । ହେଲେ ଅଚାନକ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହୋଇଗଲା ଯୁବତୀଙ୍କ ମୃତ୍ୟୁ। ଆନନ୍ଦପୁର ପୌରପରିଷଦ ୧୬ ନମ୍ବର ୱାର୍ଡ ଶୈଲଙ୍ଗ ଗାଁରେ ଘଟିଛି ଏପରି ଅଭାବନୀୟ ଘଟଣା ।

କୁମାର ପୂର୍ଣ୍ଣିମା ପାଳନ ନିମନ୍ତେ ପ୍ରସ୍ତୁତି ଚାଲିଥିବା ସମୟରେ ଗାଁର ଶୈଳେନ୍ଦ୍ର ଯେନାଙ୍କ ଝିଅ ରଶ୍ମିତା ସାଉଣ୍ଡ ବକ୍ସ ବଜାଇବାକୁ ଇଲେକ୍ଟ୍ରି ତାର ଲଗାଉଥିଲେ। ଅସାବଧାନତା ବଶତଃ ସେ ବିଦ୍ୟୁତ ସଂସ୍ପର୍ଶରେ ଆସିଯାଇ ଗୁରୁତର ହୋଇପଡିବାରୁ ସ୍ଥାନୀୟ ଲୋକେ ତାଙ୍କୁ ଆନନ୍ଦପୁର ମେଡିକାଲ ନେବା ସମୟରେ ମୃତ୍ୟୁ ହୋଇଯାଇଥିଲା। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.