Below header

ବିଶ୍ୱକପ୍‌ : ଖୁବ୍‌ ଲଢ଼େଇ କରି ୫ ରନ୍‌ରେ ଅଷ୍ଟ୍ରେଲିଆ ଠାରୁ ହାରିଗଲା ନ୍ୟୁଜିଲାଣ୍ଡ

ଶେଷରେ ବିଶ୍ୱକପ୍‌ ଲିଗ୍‌ ମ୍ୟାଚ୍‌କୁ ଜିତି ନେଇଛି ବଡ଼ ଭାଇ ଅଷ୍ଟ୍ରେଲିଆ । ଆଜି ରନ୍‌ ବର୍ଷା ଓ ବିଶାଳ ସ୍କୋର ମଧ୍ୟରେ ସରିଛି ଚଳିତ ବିଶ୍ୱକପର ୨୭ ନମ୍ବର ମ୍ୟାଚ୍‌ ।

ଧର୍ମଶାଳା : ଘମାଘୋଟ ଲଢ଼େଇ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ମଧ୍ୟରେ । ଶେଷ ଓଭରରେ ୧୯ ରନ୍‌ ଦରକାର ଥିଲା ଜିତିବାକୁ । ନ୍ୟୁଜିଲାଣ୍ଡର ୭ ନମ୍ବର ବ୍ୟାଟର ଜେମ୍ସ ନିଶମ ଜୋରଦାର ଚେଷ୍ଟା କରିଥିଲେ । ଶେଷ ୩ ବଲ୍‌୍‌ରେ ଆବଶ୍ୟକ ଥିଲା ୯ ରନ୍‌ । ରୋମାଞ୍ଚର ଶେଷ ସୀମାରେ ଥିଲା ମ୍ୟାଚ୍‌ । ଦର୍ଶକ ନିରବୀ ଯାଇଥିଲେ । କଣ ହେବ କଣ ନହେବ ? ଏଇ ଆଶଙ୍କା ଥିଲା ସମସ୍ତଙ୍କ ମନରେ । ପୁଣି ୨ ବଲ୍‌୍‌ରେ ୭ ରନ୍‌ । ହେଲେ ପଞ୍ଚମ ବଲରେ ଗୋଟିଏ ରନ୍‌ କରି ଦ୍ୱିତୀୟ ରନ୍‌ ନେଲା ବେଳକୁ ନିଶମ ରନ୍‌ଆଉଟ୍‌ ହୋଇଗଲେ । ଅନ୍ତିମ ବଲରେ ୬ ରନ୍‌ ଦରକାର ହେଉଥିଲା । ହେଲେ ସେଥିରେ କୌଣସି ରନ୍‌ବି ହେଲା ନାହିଁ । ଆଉ ବିଜୟର ନିକଟବର୍ତ୍ତୀ ହୋଇ ୫ ରନ୍‌ରେ ହାରିଗଲା ନ୍ୟୁଜିଲାଣ୍ଡ ଦଳ ।

ଶେଷରେ ବିଶ୍ୱକପ୍‌ ଲିଗ୍‌ ମ୍ୟାଚ୍‌କୁ ଜିତି ନେଇଛି ବଡ଼ ଭାଇ ଅଷ୍ଟ୍ରେଲିଆ । ଆଜି ରନ୍‌ ବର୍ଷା ଓ ବିଶାଳ ସ୍କୋର ମଧ୍ୟରେ ସରିଛି ଚଳିତ ବିଶ୍ୱକପର ୨୭ ନମ୍ବର ମ୍ୟାଚ୍‌ । ଅଷ୍ଟ୍ରେଲିଆ ୫ ରନ୍‌ରେ ବିଜୟୀ ହୋଇଛି । ୩୮୯ ରନ୍‌ର ପିଛା କରି ନ୍ୟୁଜିଲାଣ୍ଡ ୯ ଓ୍ଵିକେଟ୍‌ରେ ୩୮୩ ରନ୍‌ କରି ପାରିଛି । ଧର୍ମଶାଳାର ଏହି ପିଚ୍‌ରେ ଆଜି ସ୍କୋର ହୋଇଛି ମୋଟ୍‌ ୭୭୧ ରନ୍‌ ।

ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୪୯.୨ ଓଭରରେ ସବୁ ଓ୍ଵିକେଟ୍‌ ହରାଇ ୩୮୮ ରନ୍‌ ସ୍କୋର କରିଥିଲା । ଓପ୍ନିଂ ଯୋଡ଼ି ଡେଭିଡ୍‌ ଓ୍ଵାର୍ଣ୍ଣର ୮୧ (୬୫ ବଲ୍‌) ଏବଂ ଟ୍ରାଭିସ ହେଡ୍‌ ୧୦୯ (୬୭ ବଲ୍‌) କରି ୧୭୫ ରନ୍‌ର ଭାଗିଦାରୀ କରିଥିଲେ । ପରେ ମାକ୍ସେଓ୍ଵଲ ୨୪ ବଲ୍‌ରେ ୪୧, ଯୋଶ ଇଂଲିଶ୍‌ ୨୮ ବଲରେ ୩୮ ଏବଂ ଅଧିନାୟକ ପ୍ୟାଟ କମିନ୍ସ ୧୪ ବଲ୍‌୍‌ରେ ୩୭ ରନ୍‌ କରିଥିଲେ । ନ୍ୟୁଜିଲାଣ୍ଡ ତରଫରୁ ବୋଲଟ ଓ ଗ୍ଲେନ୍‌ ଫିଲିପସ ୩ଟି ଲେଖାଏଁ ଓ୍ଵିକେଟ୍‌ ଦଖଲ କରିଥିଲେ ।

ଏହାପରେ କିଓ୍ଵି ଦଳ ଭଲ ଆରମ୍ଭ କରିଥିଲା । ଓପ୍ନର ଡେଭନ୍‌ କନେଓ୍ଵ ୧୭ ବଲରେ ୨୮ ଏବଂ ଓ୍ଵିଲ ୟଙ୍ଗ ୩୨ ରନ୍‌ କରି ପ୍ରଥମ ଓ୍ଵିକେଟ୍‌ରେ ୬୧ ରନ୍‌ ଯୋଡ଼ିଥିଲେ । ଏ ଦୁହେଁ ବିଦାୟ ନେବା ପରେ ଫର୍ମରେ ଥିବା ରଚିନ ରବୀନ୍ଦ୍ର ଏବଂ ଡାରୀଲ ମିଚେଲ ଧୂଆଁଧାର ବ୍ୟାଟିଂ କରିଥିଲେ । ତୃତୀୟ ଓ୍ଵିକେଟ୍‌ ଭାଗିଦାରୀରେ ୧୦୭ ରନ୍‌ ସଂଗ୍ରହ କରିଥିଲେ । ତେବେ ଏହି ଯୋଡ଼ି ଭାଙ୍ଗିବା ପରେ ନ୍ୟୁଜିଲାଣ୍ଡର ବ୍ୟାଟିଂ ଦୁର୍ଗ ଦୋହଲି ଯାଇଥିଲା । ମିଜେଲ ୫୪ ରନ୍‌ କରି ଆଉଟ୍‌ ହେବା ପରେ ରବୀନ୍ଦ୍ର ଦଳ ପାଇଁ ଏକାକୀ ଲଢ଼ିଥିଲେ । ସେ କିନ୍ତୁ ୮୯ ବଲ୍‌୍‌ରେ ୧୧୬ ରନ୍‌ (୯ ଚୌକା, ୫ ଛକା) କରି ଆଉଟ୍‌ ହୋଇଯିବା ପରେ ଦଳର ଆଶା କ୍ଷୀଣ ହୋଇ ଯାଇଥିଲା । ତଥାପି ଶେଷଭାଗ ବ୍ୟାଟରମାନେ ଲଢ଼େଇ କରିଥିଲେ । ଜେମ୍ସ ନିଶମ ନିଜ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିଥିଲେ । ହେଲେ ଶେଷ ଓଭରର ପଞ୍ଚମ ବଲରେ ୫୮ ରନ୍‌ (୩୯ ବଲ୍‌, ୩ ଚୌକା ଓ ୩ ଛକା) କରି ରନ୍‌ଆଉଟ୍‌ ହେବା ପରେ ସବୁ ଆଶା ମଉଳି ଯାଇଥିଲା ।

ଅଷ୍ଟ୍ରେଲିଆ ତରଫରୁ ସ୍ପିନର ଆଡାମ ଜମ୍ପା ୭୪ ରନ୍‌ ଦେଇ ୩ଟି ଏବଂ ହାଜେଲଉଡ ଓ କମିନ୍ସ ୨ଟି ଲେଖାଏଁ ଓ୍ଵିକେଟ୍‌ ଦଖଲ କରିଛନ୍ତି ।

ଅଷ୍ଟ୍ରେଲିଆ ଏପର୍ଯ୍ୟନ୍ତ ୬ଟି ମ୍ୟାଚ୍‌ ଖେଳି ଚତୁର୍ଥ ବିଜୟ ସହ ୮ ପଏଣ୍ଟ ହାସଲ କରିଛି । ଏହା ସହିତ ପଏଣ୍ଟ ଟେବୁଲର ଚତୁର୍ଥ ସ୍ଥାନରେ ପହଞ୍ଚିଛି । ନ୍ୟୁଜିଲାଣ୍ଡ ୬ଟି ମ୍ୟାଚ୍‌ରୁ ୪ଟି ବିଜୟ ଓ ୨ଟି ପରାଜୟ ସହ ୮ ପଏଣ୍ଟ ପାଇ ଏବେବି ତୃତୀୟ ସ୍ଥାନରେ ରହିଛି ।

POINT TABLE

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.