ଆସନ୍ତାକାଲିଠୁ କାର୍ତ୍ତିକ ବ୍ରତ, ବିଭିନ୍ନ ହବିଷ୍ୟାଳି କେନ୍ଦ୍ରରେ ପହଞ୍ଚିଲେ ବ୍ରତଧାରୀ

ଆସନ୍ତାକାଲିଠୁ କାର୍ତ୍ତିକ ବ୍ରତ । ଏଥିପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ମହା କାର୍ତ୍ତିକ ବ୍ରତ କରିବା ପାଇଁ ବିଭିନ୍ନ ସ୍ଥାନରୁ ହବିଷିଆଳି ଆସୁଛନ୍ତି ପୁରୀ । ରାଜ୍ୟ ସରକାରଙ୍କ ପକ୍ଷରୁ ହବିଷ୍ୟାଳୀ ଯୋଜନା ରେ ୩ହଜାରରୁ ଅଧିକ ବ୍ରତଧାରୀ ପଞ୍ଜିକରଣ କରିଛନ୍ତି ।

ଆସନ୍ତାକାଲିଠୁ କାର୍ତ୍ତିକ ବ୍ରତ । ଏଥିପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ମହା କାର୍ତ୍ତିକ ବ୍ରତ କରିବା ପାଇଁ ବିଭିନ୍ନ ସ୍ଥାନରୁ ହବିଷିଆଳି ଆସୁଛନ୍ତି ପୁରୀ । ରାଜ୍ୟ ସରକାରଙ୍କ ପକ୍ଷରୁ ହବିଷ୍ୟାଳୀ ଯୋଜନା ରେ ୩ହଜାରରୁ ଅଧିକ ବ୍ରତଧାରୀ ପଞ୍ଜିକରଣ କରିଛନ୍ତି । ଏଥିପାଇଁ ବିଭିନ୍ନ ହବିଷ୍ୟାଳି କେନ୍ଦ୍ରରେ ପହଞ୍ଚିଛନ୍ତି ବ୍ରତଧାରୀ ।

ଆସନ୍ତାକାଲି ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିସି ଭିଡିଓ କନଫରେନ୍ସିଂରେ ହବିଷ୍ୟାଳୀ ଶିବିର ଉଦଘାଟନ କରିବେ । ଆସନ୍ତାକାଲିଠାରୁ ଵିଧିବଦ୍ଧ ଭାବରେ ସଂକଳ୍ପ କରି ମାସେ କାର୍ତ୍ତିକ ବ୍ରତ ପାଳନ କରିବେ ହବିଷିଆଳି ।

ବିଭିନ୍ନ ତୀର୍ଥ ପୁଷ୍କରିଣୀ ବା ମହୋଦଧୀରେ ସ୍ନାନ କରିବା ସହ ରାଧାଦାମୋଦର ପୂଜା କରି ମହାପ୍ରଭୁଙ୍କୁ ଦର୍ଶନ ଓ ମହାପ୍ରସାଦ ପାଇ ପୁଣ୍ୟ ଅର୍ଜନ କରିଵେ। ୫ଟି ହବିଷ୍ୟାଳି କେନ୍ଦ୍ରରେ ୩ହଜାରରୁ ଅଧିକ ବ୍ରତଧାରୀ ଙ୍କ ଲାଗି ରହିବା, ଖାଇବା ସହ ସ୍ୱାସ୍ଥ୍ୟ ଓ ସୁରକ୍ଷା ବ୍ୟବସ୍ଥା କରିଛି ପ୍ରଶାସନ । ସେମାନଙ୍କ ସେବା ଓ ସହାୟତା ଲାଗି ପୁରୀର ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ବି ସାମିଲ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.