Below header

ବିବାହର ପ୍ରତିଶୃତି ଦେଇ ବାରମ୍ବାର ଦୁଷ୍କର୍ମ କରିଥିଲା, ଏବେ ପ୍ରେମିକ ଦୁଆରେ ଧାରଣା ପ୍ରେମିକା

ପ୍ରେମିକ ବାହାଘର ଭାଙ୍ଗିଲା ପ୍ରେମିକା

ନୟାଗଡ (କେନ୍ୟୁଜ) : ଏଇ ତମେ ପା କଥା ଦେଇଥିଲ, ଆମର ବାହାଘର ହେବ, କନିଆଁ କରି ଘରକୁ ଆଣିବ। ଆଉ ସ୍ତ୍ରୀ ସଜାଇ ରାଣୀ କରି ରଖିବ । ସେଥିପାଇଁ ତ ମୁଁ ତୁମ କଥାରେ ରାଜି ହେଇଯାଇଥିଲି । ଆଉ ମୋ ଜୀବନରେ ସାଇତି ରଖିଥିବା ମୋର ସେହି ଲାଜକୁ ମୁଁ ତୁମ ପାଖରେ ସମର୍ପି ଦେଇଥିଲି । କିନ୍ତୁ ତୁମେ କଣ କଲ, ଆଜି ତୁମ ଦୁଆରେ ମୁଁ ଅଛି କିନ୍ତୁ ତୁମେ ଲୁଚି କୁଆଡେ ଚାଲି ଯାଇଛ । ଏମିତି ଧୋକା ଆଉ ପ୍ରତାରଣ କରିବ ବୋଲି ମୁଁ କେବେବି ଭାବି ନଥିଲି । ଇଏ କଣ ଭଲ ପାଇବା ଥିଲା ? ସତ କହୁଛି ଏମିତି ମୋ ଶରୀର ସହ ଖେଳି ମୋତେ ଛାଡି ଦେବ ବୋଲି ମୁଁ ସ୍ୱପ୍ନରେ ବି ଭାବିନଥିଲି ।

ଦିନେ ତମେ ମୋ ଆଖିରେ ଲୁହ ଦେଖି ପାରୁନଥିଲ ହେଲେ ଆଜି କାନ୍ଦିବାକୁ ଛାଡି ଚାଲିଗଲ । ମୋତେ ବାହା ହେବ ବୋଲି ମଥା ଛୁଇଁ କଥା ଦେଲ । ଶାରୀରିକ ସମ୍ପର୍କ ରଖିଲ କିନ୍ତୁ କେମିତି ଆଉ କାହାକୁ ତୁମ ବାହୁ ବନ୍ଧନରେ ରଖିବ ବୋଲି ଭାବି ପାରିଲ ? ସେଥିପାଇଁ ମୁଁ ଆଉ ରହି ପାରିଲିନି, ତୁମ ସହ ମୁଁ ଆଉ କାହାକୁ କେମିତି ଦେଖି ପାରିବି ? ସେଥିପାଇଁ ତ ତୁମେ ଆଉ କାହାକୁ ବାହା ହେଉଛ ଶୁଣି ଧାଇଁ ଆସିଛି । କିନ୍ତୁ ତୁମେ ମୋତେ ଏମିତି ଧୋକା ଦେବ କେବେବି ଭାବି ନଥିଲି ।

ଇଏ ଥିଲା ଜଣେ ପ୍ରେମିକାର ମନର ଯନ୍ତ୍ରଣା କଥା । ହେଲେ ସେ ଦୁର୍ବଳା ନୁହେଁ । ନିଜର ହକ୍‌ ପାଇଁ ଲଢ଼ି ଜାଣିଛି । ତେଣୁ ପ୍ରେମିକ ବାହାଘରରେ ହଠାତ୍ ପହଁଚିଗଲା ପ୍ରେମିକା । ଦେଖନ୍ତୁ ଘର ଆଗରେ ଟେଣ୍ଟ ବନ୍ଧା ହୋଇଛି । ବାହାଘର ପାଇଁ ଘରେ ନୂଆ ରଙ୍ଗ ବି ଲାଗିଛି । ଘରକୁ ବୋହୂ ଆସିବ ବୋଲି ପ୍ରସ୍ତୁତି ପୂରା ଶେଷରେ ପହଁଚିଥିବା ବେଳେ ଘଟିଲା ଏହି ଘଟଣା । ହଠାତ୍ ପହଁଚିଗଲେ ଏହି ପ୍ରେମିକା ଜଣଙ୍କ ।

ବର ସାଜିବାକୁ ଥିବା ପ୍ରେମିକ କୁଆଡ଼େ ବିବାହର ପ୍ରତିଶ୍ରୁତି ଦେଇ ୫ ବର୍ଷ ପର୍ଯ୍ୟନ୍ତ ଶାରୀରିକ ସମ୍ପର୍କ ରଖିଲା । ହେଲେ ଧୋକା ଦେଇ ପ୍ରେମିକାର ଅଜାଣତରେ ଅନ୍ୟତ୍ର ବିବାହ କରିବାକୁ ପ୍ରସ୍ତୁତ ହେଉଥିଲା । ଆଉ ସେତିକି ବେଳେ ପହଞ୍ଚିଗଲା ପ୍ରେମିକା । ପ୍ରେମିକ ଦୁଆରେ ରାତିସାରା ଧାରଣାରେ ବସିଲେ ପ୍ରେମିକା । ଆଉ ଏକଥା ଜଣାପଡ଼ଇବା ପରେ ଭାଙ୍ଗିଗଲା ପ୍ରେମିକର ବାହାଘର । ନୟାଗଡ଼ ଜିଲ୍ଲା ସଦର ଥାନା ଗୋଳଗୋଳା ଗାଁରେ ଘଟିଛି ଏହି ଘଟଣା । ଏହି ଗାଁର ପ୍ରେମିକ ଜଣକ ବାହା ହେବ କଣ ଏବେ କୁଆଡ଼େ ଲୁଚି ପଳାଇଛି ।

ପ୍ରେମିକର ବାହାଘର ହେଉଛି ଖବର ପାଇଁ ରାତି ସାରା ପ୍ରେମିକ ଦୁଆରେ ଧାରଣା ଦେଇଥିଲା ପ୍ରେମିକା । ପରେ ଆଜି ନୟାଗଡ଼ ସଦର ଥାନାରେ ଅଭିଯୋଗ କରିଛନ୍ତି । ପୂର୍ବରୁ ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ ବି କରିଥିଲେ । ଯୁବତୀଙ୍କ ଘର କଟକ ଅଞ୍ଚଳରେ । ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଏକ କମ୍ପାନୀରେ ଉଭୟେ ଚାକିରି କରିଥିଲେ । ସେବେଠାରୁ ପ୍ରେମ ସମ୍ପର୍କ ଗଢି ଉଠିଥିଲା । … ତେବେ ଘଟଣା ସମ୍ପର୍କରେ କିଛି ବି ଜବାବ ଦେଉ ନାହାନ୍ତି ପ୍ରେମିକର ଘର ଲୋକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.