୯ମ ଥର ବିହାରର ମୁଖ୍ୟମନ୍ତ୍ରୀ ହେଲେ ନୀତୀଶ କୁମାର, ଶପଥ ପାଠ କରାଇଲେ ଗଭର୍ଣ୍ଣର
ନୀତୀଶ କୁମାର ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ୯ମ ଥର ସେ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ରବିବାର ଅପରାହ୍ନରେ ରାଜ୍ୟ ଗଭର୍ଣ୍ଣର ରାଜେନ୍ଦ୍ର ଆର୍ଲେକର ନୀତୀଶ କୁମାରଙ୍କୁ ସିଏମ୍ ପଦର ଶପଥ ଗ୍ରହଣ କରାଇଛନ୍ତି ।

ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନୀତୀଶ କୁମାର । ସେ ୯ମ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ରବିବାର ଅପରାହ୍ନରେ ରାଜ୍ୟ ଗଭର୍ଣ୍ଣର ରାଜେନ୍ଦ୍ର ଆର୍ଲେକର ନୀତୀଶ କୁମାରଙ୍କୁ ସିଏମ୍ ପଦର ଶପଥ ଗ୍ରହଣ କରାଇଛନ୍ତି । ନୀତୀଶଙ୍କ ସହିତ ସମ୍ରାଟ ଚୌଧୁରୀ ମଧ୍ୟ ଶପଥ ନେଇଛନ୍ତି । ରାଜଭବନରେ ଶପଥ ଗ୍ରହଣ ସମାରୋହ ଜାରି ରହିଛି ।
ବିହାରରେ ଚାଲିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ନିଜ ପଦରୁ ଇସ୍ତଫା ଦେଇଥିଲେ । ଏହାସହିତ ହିଁ ରାଜ୍ୟରେ ୧୭ ମାସର ପୁୁରୁଣା ମହାମେଣ୍ଟ ସରକାରର ଅନ୍ତ ଘଟିଛି । ଇସ୍ତଫା ଦେବା ପରେ ନୀତୀଶ ଏନ୍ଡିଏ ବିଧାୟକ ଦଳର ବୈଠକରେ ସାମିଲ ହୋଇଥିଲେ, ଯେଉଁଠି ତାଙ୍କୁ ନେତା ବଛାଯାଇଥିଲା । ଏହାପରେ ସେ ପୁଣିଥରେ ରାଜ୍ୟପାଳଙ୍କ ନିକଟରେ ପହଞ୍ଚିଥିଲେ ଏବଂ ସରକାର ଗଠନ କରିବାର ଦାବି ଉପସ୍ଥାପନ କରିଥିଲେ ।
ନୀତୀଶ କୁମାରଙ୍କ ସହ ବିଜେପିର ଦୁଇ ବରିଷ୍ଠ ନେତା ସମ୍ରାଟ ଚୌଧୁରୀ ଓ ବିଜୟ କୁମାର ସିହ୍ନା ମଧ୍ୟ ଉପମୁଖ୍ୟମନ୍ତ୍ରୀ ପଦର ଶପଥ ନେଇଛନ୍ତି । ଶପଥ ଗ୍ରହଣ ସମାରୋହରେ ଜେପି ନଡ୍ଡାଙ୍କ ସମେତ ବିଜେପି ତରଫରୁ ନେତା ଉପସ୍ଥିତ ଅଛନ୍ତି ।
ଆଜି ସକାଳେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟପାଳଙ୍କୁ ନିଜର ଇସ୍ତଫା ପତ୍ର ଦେଇଥିଲେ । ସେ କହିଥିଲେ ଯେ ମହାମେଣ୍ଟରେ ସ୍ଥିତି ଭଲ ନ ଥିଲା । ତେଣୁ ମୁଁ ଏହି ପଦକ୍ଷେପ ନେଲି ।