ୟୁପି: ଭୀଷଣ ନିଆଁରେ ଜଳି ପାଉଁଶ ହୋଇଗଲେ ପରିବାରର ୫ ସଦସ୍ୟ, କବାଟରେ ପଡ଼ିଥିଲା ତାଲା

ଉତ୍ତର ପ୍ରଦେଶର ବରେଲି ଜିଲ୍ଲାରୁ ଆସିଛି ଏକ ହୃଦୟବିଦାରକ ଘଟଣା । ଏଠାରେ ଫରିଦପୁରସ୍ଥିତ ଏକ ଘରେ ନିଆଁ ଲାଗି ଗୋଟିଏ ପରିବାରର ୫ ସଦସ୍ୟ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି ।

ଉତ୍ତର ପ୍ରଦେଶର ବରେଲି ଜିଲ୍ଲାରୁ ଆସିଛି ଏକ ହୃଦୟବିଦାରକ ଘଟଣା । ଏଠାରେ ଫରିଦପୁରସ୍ଥିତ ଏକ ଘରେ ନିଆଁ ଲାଗି ଗୋଟିଏ ପରିବାରର ୫ ସଦସ୍ୟ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ମୃତକମାନଙ୍କ ମଧ୍ୟରେ ସ୍ୱାମୀ, ସ୍ତ୍ରୀ ଏବଂ ତିନି ସନ୍ତାନ ଅଛନ୍ତି । ଘଟଣା ସମ୍ପର୍କରେ ସୂଚନା ପାଇ ଏସ୍‌ପିଙ୍କ ସମେତ ପୋଲିସ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।

ଏହି ଘଟଣା ଗତକାଲି ବିଳମ୍ବିତ ରାତିର ବୋଲି କୁହାଯାଉଛି । ଆଜି ସକାଳେ ସ୍ଥାନୀୟ ଲୋକମାନେ ଘରୁ ଧୂଆଁ ଉଠୁଥିବାର ଦେଖି ପୋଲିସ ଏବଂ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ହେଲେ ଅଗ୍ନିଶମ ବାହିନୀ ପହଞ୍ଚିଲା ବେଳକୁ ପୂରା ପରିବାର ନିଆଁରେ ଜଳିସାରିଥିଲା । ପରିବାରର ସମସ୍ତ ସଦସ୍ୟ ଗୋଟିଏ ହିଁ କୋଠରୀରେ ଶୋଇଥିଲେ ।

ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ଜଣାପଡ଼ି ନାହିଁ । ପୋଲିସ ମୃତଦେହଗୁଡ଼ିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ସ୍ଥାନୀୟ ଲୋକଙ୍କ କହିବା ହେଲା, କୋଠରୀ ବାହାରେ ତାଲା ପଡ଼ିଥିଲା । ତେଣୁ ଅନୁମାନ କରାଯାଉଛି ଯେ ପୂରା ପରିବାରକୁ ବାହାରୁ ବନ୍ଦ କରି କେହି ଏହି କାଣ୍ଡ ଘଟାଇଥାଇପାରେ । କିନ୍ତୁ ପୋଲିସ ଏ ପର୍ଯ୍ୟନ୍ତ କୌଣସି ବି ସ୍ପଷ୍ଟ ଉତ୍ତର ଦେଇନାହିଁ । ମାମଲାକୁ ନେଇ ପଚରାଉଚରା ଜାରି ରହିଛି ।

ସେପଟେ ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସମସ୍ତ ସମ୍ଭାବ୍ୟ ସହାୟତା ଏବଂ ଚିକିତ୍ସା ସୁବିଧା ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେ ମୃତକମାନଙ୍କ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.