କ୍ରିକେଟର ରିଙ୍କୁ ସିଂ ଜଣେ କୋଟିପତି ଆଜିବି ଗ୍ୟାସ୍ ସିଲିଣ୍ଡର ବୋହୁଛନ୍ତି ତାଙ୍କ ବାପା
ଖୁବ୍ କମ୍ ଦିନରେ ନାଁ କମାଇଛନ୍ତି ରିଙ୍କୁ ସିଂହ । ହେଲେ ତାଙ୍କ ପିତା ମାତାଙ୍କୁ ନେଇ ଏକ ଖବର ସାମ୍ନାକୁ ଆସିଛି । ଯେଉଁ ଭିଡିଓ ସୋଶିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ରିଙ୍କୁଙ୍କ ପିତାମାତା ଖାନ ଚାନ୍ଦ ଏବଂ ମୀନା ଦେବୀ ଆଜି ସରଳ ଜୀବନ ଯାପନ କରୁଛନ୍ତି ।

କ୍ରିକେଟର ରିଙ୍କୁ ସିଂ ଯାହାଙ୍କ ନାଁ କ୍ରିକେଟ ଜଗତରେ ବେଶ୍ ଜଣାଶୁଣା। ଟିମ୍ ଇଣ୍ଡିଆର ଉଦୀୟମାନ ତାରକା ହେଉଛନ୍ତି ସେ । କ୍ରିକେଟ ଜଗତରେ ତାଙ୍କର ଦମ୍ଦାର ପ୍ରଦର୍ଶନ ପାଇଁ ସମସ୍ତଙ୍କଠାରୁ ପାଇପାରିଛନ୍ତି ଢେର୍ ସାରା ଭଲପାଇବା । ତେବେ ଟି -20 ବିଶ୍ୱକପ୍ 2024 ପାଇଁ ଭାରତ ଦଳରେ ସ୍ଥାନ ପାଇବାକୁ ଯାଉଥିବା ଦେଖାଯାଉଛି । କିନ୍ତୁ ତାଙ୍କର ଏହି ଯାତ୍ରା ଏତେ ସହଜ ନଥିଲା ।IPLରୁ କ୍ୟାରିୟର ଆରମ୍ଭ କରିଥିବା ରିଙ୍କୁ ସିଂ ଏବେ ସାରା ଦେଶରେ ବେଶ୍ ନାଁ କମାଇସାରିଲେଣି । ଯେତେବେଳେ ୬ଟି ବଲରେ ପାଞ୍ଚଟି ଛକା ମାରି କୋଲକାତା ନାଇଟ୍ ରାଇଡର୍ସକୁ ଐତିହାସିକ ବିଜୟ ଭେଟି ଦେଇଥିଲେ ସେବେଠୁ ଲାଇମଲାଇଟ୍କୁ ଆସିଯାଇଛନ୍ତି । ଏହା ପରେ ରିଙ୍କୁ ସିଂ ଭାରତୀୟ ଦଳରେ ମନୋନୀତ ହୋଇଥିଲେ। ରିଙ୍କୁ ସିଂହ ବର୍ତ୍ତମାନ ଭାରତ ପକ୍ଷରୁ ୨ଟି ଦିନିକିଆ ଖେଳିଥିବା ବେଳେ ୧୫ଟି ଟ୍ବେଣ୍ଟି ଟ୍ବେଣ୍ଟି ମ୍ୟଚ୍ ଖେଳିଛନ୍ତି । ଯେଉଁଥିରେ ୨ଟି ଦିନିକିଆରୁ ୫୫ ରନ୍ ଓ ୧୫ଟି ଟି-୨୦ରୁ ୩୫୬ ରନ୍ କରିଛନ୍ତି ।
ରିଙ୍କୁଙ୍କ ପ୍ରଦର୍ଶନକୁ ନେଇ ସବୁଆଡେ ବେଶ୍ ଚର୍ଚ୍ଚା ହେଉଛି । ଖୁବ୍ କମ୍ ଦିନରେ ନାଁ କମାଇଛନ୍ତି ରିଙ୍କୁ ସିଂହ । ହେଲେ ତାଙ୍କ ପିତା ମାତାଙ୍କୁ ନେଇ ଏକ ଖବର ସାମ୍ନାକୁ ଆସିଛି । ଯେଉଁ ଭିଡିଓ ସୋଶିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ରିଙ୍କୁଙ୍କ ପିତାମାତା ଖାନ ଚାନ୍ଦ ଏବଂ ମୀନା ଦେବୀ ଆଜି ସରଳ ଜୀବନ ଯାପନ କରୁଛନ୍ତି । ଗ୍ୟାସ ଏଜେନ୍ସି ଦ୍ୱାରା ନିର୍ମିତ କ୍ୱାର୍ଟରରେ ଜୀବନ ବିତାଉଛନ୍ତି । ଆଉ ରିଙ୍କୁଙ୍କ ବାପା ଖାନ ଚାନ୍ଦ ଏବେ ବି ଗ୍ୟାସ୍ ବିତରକ ଭାବେ କାମ କରୁଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ।
ଭିଡିଓଟିରେ ଦେଖିବାକୁ ମିଳୁଛି ଯେ, ରିଙ୍କୁ ସିଂହଙ୍କ ବାପା ଏକ ଅଟୋରୁ ଗ୍ୟାସ୍ ଟାଙ୍କି ବାହର କରୁଛନ୍ତି । ଆଉ ନିଜେ ଟେକି ଟେକି ନେଇକି ଯାଉଛନ୍ତି । ପୁଅ କ୍ରିକେଟର ହୋଇ କୋଟି କୋଟି ଟଙ୍କା ରୋଜଗାର କରୁଥିଲେ ମଧ୍ୟ ବାପା ଆଜିଯାଏଁ ସେହି ନିତିଦିନଆ କମାକୁ ଜାରି ରଖିଛନ୍ତି ।
ତେବେ କୁହାଯାଉଛି ରିଙ୍କୁ ସିଂ ଏକ ବଡ ଘର ତିଆରି କରିଛନ୍ତି । କିନ୍ତୁ ଆଜି ବି ତାଙ୍କ ବାପା ମା ସେହି ପୁରୁଣା ଘରେ ରହୁଛନ୍ତି । ଆଉ ଗ୍ୟାସ ବିତରକ ଭାବେ କାମ କରୁଛନ୍ତି । ଘର ଘର ବୁଲି ଗ୍ୟାସ୍ ସିଲିଣ୍ଡର ଦେଉଛନ୍ତି । ରିଙ୍କୁଙ୍କ ପାଖରେ ବର୍ତ୍ତମାନ ସବୁକିଛି ଥାଇ ବି ତାଙ୍କ ବାପା ମା ସେହି ଘରେ ରହୁଛନ୍ତି । ତେବେ ପୂର୍ବରୁ ରିଙ୍କୁ ସିଂ ତାଙ୍କ ପିତାମାତାଙ୍କ ସହିତ ଏହି ଘରେ ରହୁଥିଲେ । ରିଙ୍କୁ ମଧ୍ୟ ତାଙ୍କ ବାପାଙ୍କ ସହ ସିଲିଣ୍ଡର ବାହକ ଭାବରେ ମଧ୍ୟ କାମ କରିଥିଲେ । ତେବେ ଯେତେବେଳେ କିଛି ନଥିଲା ସେତେବେଳେ ବି ସେହି ଛୋଟିଆ ଘରେ ରହୁଥିଲେ ରିଙ୍କୁଙ୍କ ସପରିବାର । ଏବେ ରିଙ୍କୁଙ୍କ ପାଖରେ ସବୁ କିଛି ଅଛି ଆଉ ତାଙ୍କ ବାପା ମା ଏବେ ବି ସେହି ପୁରୁଣା ଘରେ ଜୀବନ ବିତାଉଛନ୍ତି ।ତାଙ୍କ ପିତାମାତାଙ୍କ ଏହି ଚିନ୍ତାଧାରା ଆଜିର ଯୁବପିଢିଙ୍କ ପାଇଁ ବଡ଼ ଶିକ୍ଷା ।