ଇତିହାସ ରଚିଲା ୱେଷ୍ଟଇଣ୍ଡିଜ, ୨୭ ବର୍ଷ ପରେ ଅଷ୍ଟ୍ରେଲିଆ ମାଟିରେ ଜିତିଲା ଟେଷ୍ଟ

ଇତିହାସ ରଚିଲା ୱେଷ୍ଟଇଣ୍ଡିଜ । ୨୭ ବର୍ଷ ପରେ ଅଷ୍ଟ୍ରେଲିଆ ମାଟିରେ ଜିତିଲା ଟେଷ୍ଟ । ବ୍ରିସବେନ ଗାବାରେ ଖେଳାଯାଉଥିବା ଦ୍ବିତୀୟ ଟେଷ୍ଟରେ କଙ୍ଗାରୁ ଦଳକୁ ୮ ରନରେ ହରାଇଲା କାରିବିଆନ୍ ଦଳ । ୨୧୬ ରନର ପିଛା କରୁଥିବା ଅଷ୍ଟ୍ରଲିଆ ଦଳ ୨୦୭ ରନରେ ଅଲଆଉଟ୍ ହୋଇଯାଇଥିଲା ।  

(କେନ୍ୟୁଜ): ଇତିହାସ ରଚିଲା ୱେଷ୍ଟଇଣ୍ଡିଜ । ୨୭ ବର୍ଷ ପରେ ଅଷ୍ଟ୍ରେଲିଆ ମାଟିରେ ଜିତିଲା ଟେଷ୍ଟ । ବ୍ରିସବେନ ଗାବାରେ ଖେଳାଯାଉଥିବା ଦ୍ବିତୀୟ ଟେଷ୍ଟରେ କଙ୍ଗାରୁ ଦଳକୁ ୮ ରନରେ ହରାଇଲା କାରିବିଆନ୍ ଦଳ । ୨୧୬ ରନର ପିଛା କରୁଥିବା ଅଷ୍ଟ୍ରଲିଆ ଦଳ ୨୦୭ ରନରେ ଅଲଆଉଟ୍ ହୋଇଯାଇଥିଲା ।  ଅଷ୍ଟ୍ରେଲିଆକୁ ବିଜୟ ପାଇଁ ଷ୍ଟିଭ ସ୍ମିଥ ଯଥାସମ୍ଭବ ଚେଷ୍ଟା କରିଥିଲେ ମଧ୍ୟ ୱେଷ୍ଟଇଣ୍ଡିଜ ବୋଲରଙ୍କ ଆଗରେ ବେଶୀ ସମୟ ତିଷ୍ଠି ପାରିନଥିଲେ ।

ଅଷ୍ଟ୍ରେଲିଆର ବ୍ୟାଟ୍ସମ୍ୟାନନେ ନିୟମିତ ବ୍ୟବଧାନରେ ପାଭିଲିୟନ ଫେରୁଥିଲେ । ଷ୍ଟିଭ ସ୍ମିଥ ଗୋଟିଏ ପଟେ ମଙ୍ଗ ସମ୍ଭଳି ଥିଲେ । ୧୪୬ ବଲରେ ୯୧ ରନ ସ୍କୋର କରିବା ପରେ ଷ୍ଟିଭ ସ୍ମିଥ ଅପରାଜିତ ଫେରିଥିଲେ । କିନ୍ତୁ ଅଷ୍ଟ୍ରେଲିଆର ପରାଜୟକୁ ଏଡାଇ ପାରିଲା ନାହିଁ । ୱେଷ୍ଟଇଣ୍ଡିଜ ପାଇଁ ଶମାର ଜୋସେଫ ସବୁଠାରୁ ସଫଳ ବୋଲର ଥିଲେ । ଶେମର ଜୋସେଫ ୭ଜଣ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନଙ୍କ ତାଙ୍କର ଶିକାର କରିଥିଲେ । ଏହି ଟେଷ୍ଟ ମ୍ୟାଚ ଜିତି ୨୭ ବର୍ଷ ପରେ ଇତିହାସ ରଚିଛି ୱେଷ୍ଟଇଣ୍ଡିଜ । ୱେଷ୍ଟ ଇଣ୍ଡିଜର ଏହି ବିଜୟ ପରେ ଭାବ ବିହ୍ବଳ ହୋଇପଡ଼ିଥିଲେ ୱେଷ୍ଟଇଣ୍ଡିଜର ପୂର୍ବତନ କ୍ରିକେଟର ବ୍ରାୟାନ ଲାରା । କମେଣ୍ଟାରୀ କରୁଥିବା ବେଳେ ଦଳର ଏଭଳି ପ୍ରଦର୍ଶନକୁ ନେଇ ତାଙ୍କ ଆଖିରେ ଲୁହ ଆସିଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.