Below header

ବନ୍ଧୁକ ଦେଖାଇ ଟଙ୍କା ଓ ସୁନା ଲୁଟି ନେଲେ ଦୁର୍ବୃତ୍ତ, ଶହେ ମିଟର ଦୂରରେ ଫିଙ୍ଗିଦେଲେ ଫୋନ

ବନ୍ଧୁକ ଏବଂ ଛୁରୀ ଦେଖାଇ ସୁନା ଗହଣା ଲୁଟ । ଏଥି ସହ ଘରର ସମସ୍ତ ମୋବାଇଲ ଫୋନ ଛଡେଇ ନେଇ ଗାଁ ଠାରୁ ଶହେ ମିଟର ଦୂରରେ ଫିଙ୍ଗି ଚାଲିଯାଇଥିଲେ ଦୁର୍ବୃତ୍ତ । ତେବେ ଦୁର୍ବୃତ୍ତ ମାନେ ରାତି ଅଧିଆ ପ୍ରଥମେ ଅଭି ସାନ୍ତାଙ୍କ ଘରେ ପଶି ବନ୍ଧୁକ ଏବଂ ଛୁରୀ ଦେଖାଇ ନଗଦ ୪୮ ହଜାର ଟଙ୍କା ଏବଂ ତାଙ୍କ ସ୍ତ୍ରୀ ପିନ୍ଧିଥିବା ସୁନାଗହଣା ଲୁଟିନେଇଥିଲେ ।

ଉମରକୋଟ(କେନ୍ୟୁଜ): ବନ୍ଧୁକ ଏବଂ ଛୁରୀ ଦେଖାଇ ସୁନା ଗହଣା ଲୁଟ । ଏଥି ସହ ଘରର ସମସ୍ତ ମୋବାଇଲ ଫୋନ ଛଡେଇ ନେଇ ଗାଁ ଠାରୁ ଶହେ ମିଟର ଦୂରରେ ଫିଙ୍ଗି ଚାଲିଯାଇଥିଲେ ଦୁର୍ବୃତ୍ତ । ତେବେ ଏହି ଘଟଣା ଉମରକୋଟର ଝରି ଗ୍ରାମରେ ଘଟିଛି । ଦୁର୍ବୃତ୍ତ ମାନେ ରାତି ଅଧିଆ ପ୍ରଥମେ ଏହି ଗାଁ ଅଭି ସାନ୍ତାଙ୍କ ଘରେ ପଶି ବନ୍ଧୁକ ଏବଂ ଛୁରୀ ଦେଖାଇ ନଗଦ ୪୮ ହଜାର ଟଙ୍କା ଏବଂ ତାଙ୍କ ସ୍ତ୍ରୀ ପିନ୍ଧିଥିବା ସୁନାଗହଣା ଲୁଟିନେଇଥିଲେ । ତାପରେ ଅଭିଙ୍କ ଘର ଠାରୁ ପଚାଶ ମିଟର ଦୂରରେ ଥିବା ସୋମନାଥ ବିଶୋଇଙ୍କ ଘରେ ପଶି ତାଙ୍କଠାରୁ ମଧ୍ୟ ସମାନ ଢଙ୍ଗରେ ଲକ୍ଷାଧିକ ଟଙ୍କା ସହ ସୁନାଗହନା ଲୁଟି ନେଇଥିବା ଅଭିଯୋଗ ହୋଇଛି ।

ତେବେ ଏହି ଲୁଟ ଘଟଣାରେ ପାଖାପାଖି ଆଠରୁ ଦଶ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ସାମିଲଥିବା କହିଛନ୍ତି ଲୁଟର ଶିକାର ହୋଇଥିବା ପରିବାର ଲୋକେ । ତେବେ ଲୁଟ କରିଥିବା ଦୁର୍ବୃତ୍ତ ମାନେ ହିନ୍ଦୀ ଭାଷାରେ କଥାବାର୍ତ୍ତା କରୁଥିବା କହିଛନ୍ତି । ଏହି ଗ୍ରାମରେ ଏଭଳି ଡକାୟତି ଘଟଣା ପ୍ରଥମ ଥର ହୋଇଥିବା ବେଳେ ଗ୍ରାମବାସୀ ଏବେ ଭୟଭୀତ ଅବସ୍ଥାରେ ରହିଛନ୍ତି । ଦୁର୍ବୃତ୍ତ ମାନେ ଚୋରି କରିବା ପରେ ଘରର ଆଗ ପଟୁ କବାଟ ବନ୍ଦ କରି ଚାଲି ଯାଇଥିଲେ ।

ଡକାୟତିର ଶିକାର ହୋଇଥିବା ଦୁଇ ପରିବାର ପକ୍ଷରୁ ଝରିଗାଁ ଥାନରେ ଅଭିଯୋଗ ଦେବାପରେ ଏହା ଏକ ସମ୍ବେଦନଶୀଳ ଘଟଣା ହୋଇଥିବା ଯୋଗୁଁ ନବରଙ୍ଗପୁର ଏସପି ରୋହିତ ବର୍ମା ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ଦୁଇ ପରିବାର ଲୋକଙ୍କ ସହ ଆଲୋଚନା କରିବା ସହ ସ୍ଥିତି ଅନୁଧ୍ୟାନ କରି ଫେରିଥିଲେ । ତେବେ ସାଇଣ୍ଟିଫିକ ଟିମ ମଧ୍ୟ ଗ୍ରାମରେ ପହଞ୍ଚି ଘଟଣାର ଅନୁଧ୍ୟାନ କରୁଛି, ପୋଲିସର ତଦନ୍ତ ସମୟରେ ତିନିଟି ମୋବାଇଲ ଫୋନ ଗାଁ ଠାରୁ ପଚାଶ ମିଟର ଦୂରରେ ମିଳିଥିଲା । ତେବେ ପୋଲିସ ପକ୍ଷରୁ ଏହି ତଦନ୍ତକୁ ଅଧିକ ଗୁରୁତ୍ୱ ଦିଆ ଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.