Below header

ଚାଲିଥିଲା ବେଆଇନ ନୋଟ ବଦଳ କାରବାର: ୨ଜଣଙ୍କ ଠାରୁ ନଗଦ ୩୦ ଲକ୍ଷ ଜବତ କଲା ପାରଳାଖେମୁଣ୍ଡି ପୋଲିସ

ପାରଳାଖେମୁଣ୍ଡିରେ ବିରାଟ ବେଆଇନ ନୋଟ ବଦଳ କାରବାରର ପର୍ଦ୍ଦାଫାସ। ପ୍ରତି ୨ହଜାର ଟଙ୍କା ନୋଟ ବଦଳରେ ଏକ ପାଞ୍ଚଶହ ଟଙ୍କିଆ ନୋଟ ବଦଳ କାରବାର ଚାଲିଥିବା ବେଳେ ଧରିଲା ପାରଳାଖେମୁଣ୍ଡି ପୋଲିସ। ଆନ୍ଧ୍ରର କିଛି ବ୍ୟବସାୟୀ ୩୦ ଲକ୍ଷର ୫ଶହ ନୋଟକୁ ୨ହଜାର ଟଙ୍କାରେ ପରିବର୍ତ୍ତନ କରୁଥିଲେ।

ଗଜପତି (କେନ୍ୟୁଜ): ପାରଳାଖେମୁଣ୍ଡିରେ ବିରାଟ ବେଆଇନ ନୋଟ ବଦଳ କାରବାରର ପର୍ଦ୍ଦାଫାସ। ପ୍ରତି ୨ହଜାର ଟଙ୍କା ନୋଟ ବଦଳରେ ଏକ ପାଞ୍ଚଶହ ଟଙ୍କିଆ ନୋଟ ବଦଳ କାରବାର ଚାଲିଥିବା ବେଳେ ଧରିଲା ପାରଳାଖେମୁଣ୍ଡି ପୋଲିସ। ଆନ୍ଧ୍ରର କିଛି ବ୍ୟବସାୟୀ ୩୦ ଲକ୍ଷର ୫ଶହ ନୋଟକୁ ୨ହଜାର ଟଙ୍କାରେ ପରିବର୍ତ୍ତନ କରୁଥିଲେ। ଆନ୍ଧ୍ରର ବ୍ୟବସାୟୀ ଓ ପାରଳାଖେମୁଣ୍ଡିର ଜଣେ ବ୍ୟକ୍ତିଙ୍କ ମଧ୍ୟରେ ଚାଲିଥିଲା ଟଙ୍କା ବଦଳ।

ପୋଲିସ ୨ଜଣଙ୍କୁ ଗିରଫ କରି ସେମାନଙ୍କ ଠାରୁ ନଗଦ ୩୦ଲକ୍ଷ ଟଙ୍କା ଓ ୫ଟି ମୋବାଇଲ ଜବତ କରିଛି। ଜଣେ ଗିରଫ ବ୍ୟକ୍ତି ଆନ୍ଧ୍ର ପ୍ରଦେଶର ବିନୋଦ ରାଇପିଲି ଓ ଅନ୍ୟ ଜଣକ ଗଜପତି ଜିଲ୍ଲାର ତନୁଜ କୁମାର ସାବତ ବୋଲି ଜଣାପଡ଼ିଛି। ତନୁଜ ଜଣେ କନଷ୍ଟେବଲ ବୋଲି ଜଣାପଡ଼ିଛି। ଏହି ଘଟଣାରେ ଆଉ ୫ଜଣ ଫେରାର ଥିବା ପାରଳାଖେମୁଣ୍ଡି ଏସଡିପିଓ ମାଧବନ୍ଦ ନାୟକ କହିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.