ନୀତୀଶ କୁମାରଙ୍କ ସହ ଏହି ୮ ମନ୍ତ୍ରୀ ନେବେ ଶପଥ, ୨ ଜଣ ଉପମୁଖ୍ୟମନ୍ତ୍ରୀ

ବିହାରରେ ପୁଣିଥରେ ଏନ୍‌ଡିଏ ସରକାରଙ୍କ ପ୍ରତ୍ୟାବର୍ତ୍ତନ ହେବାକୁ ଯାଉଛି । ଜେଡିୟୁ ମହାମେଣ୍ଟରୁ ଅଲଗା ହୋଇ ବିଜେପି ସହିତ ସରକାର ଗଠନ କରିବାକୁ ଯାଉଛି ।

ବିହାରରେ ପୁଣିଥରେ ଏନ୍‌ଡିଏ ସରକାରଙ୍କ ପ୍ରତ୍ୟାବର୍ତ୍ତନ ହେବାକୁ ଯାଉଛି । ଜେଡିୟୁ ମହାମେଣ୍ଟରୁ ଅଲଗା ହୋଇ ବିଜେପି ସହିତ ସରକାର ଗଠନ କରିବାକୁ ଯାଉଛି । ଏହି ସରକାରରେ ଜିତନ ରାମ ମାଞ୍ଝିଙ୍କ ହମ୍‌ ମଧ୍ୟ ଅନ୍ତର୍ଭୁକ୍ତ ରହିଛି । ନୀତୀଶ କୁମାର ଆଜି ସନ୍ଧ୍ୟାରେ ରାଜଭବନରେ ୯ମ ଥର ପାଇଁ ମୁଖ୍ୟମନ୍ତ୍ରୀ ପଦର ଶପଥ ଗ୍ରହଣ କରିବେ ।

ନୀତୀଶ କୁମାରଙ୍କ ସହ ୨ ଜଣ ଉପମୁଖ୍ୟମନ୍ତ୍ରୀ ଏବଂ ୬ ଜଣ କ୍ୟାବିନେଟ ମନ୍ତ୍ରୀ ଶପଥ ନେବେ । ବିଜେପିରୁ ସମ୍ରାଟ ଚୌଧୁରୀ, ବିଜୟ କୁମାର ସିହ୍ନା ଓ ଡ. ପ୍ରେମ କୁମାର, ଜେଡିୟୁରୁ ବିଜୟ ଚୌଧୁରୀ, ବିଜେନ୍ଦ୍ର ଯାଦବ ଓ ଶ୍ରାବଣ କୁମାର, ହମ୍‌ରୁ ଜିତନ ରାମ ମାଞ୍ଝିଙ୍କ ପୁଅ ସନ୍ତୋଷ କୁମାର ସୁମନ ଏବଂ ସ୍ୱାଧୀନ ସୁମିତ ସିଂ ମନ୍ତ୍ରୀ ପଦର ଶପଥ ଗ୍ରହଣ କରିବେ ।

ବିହାରର ବିଜେପି ପ୍ରଭାରୀ ବିନୋଦ ତାୱଡେ ରାଜ୍ୟପାଳଙ୍କୁ ସମର୍ଥନ ପତ୍ର ପ୍ରଦାନ କରୁଥିବାର ନୀତୀଶ କୁମାରଙ୍କ ଏକ ଫଟୋ ଟ୍ଵିଟ୍‌ କରିଛନ୍ତି । ଅନ୍ୟ ଏକ ଟ୍ଵିଟ୍‌ରେ ସେ କହିଛନ୍ତି ଯେ ସମ୍ରାଟ ଚୌଧୁରୀ ଓ ବିଜୟ ସିହ୍ନା ବିହାରର ନୂଆ ସରକାରରେ ଉପମୁଖ୍ୟମନ୍ତ୍ରୀ ହେବେ ।

ନୀତୀଶ କୁମାର ଆଜି ସକାଳେ ଜେଡିୟୁ ବିଧାନସଭା ଦଳର ବୈଠକରେ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଥିଲେ । ତାଙ୍କୁ ବିହାରରେ ଏନ୍‌ଡିଏ ମୁଖ୍ୟ ଭାବରେ ମଧ୍ୟ ନିଯୁକ୍ତ କରାଯାଇଛି । ନିଜର ଇସ୍ତଫା ପତ୍ର ଦାଖଲ ପରେ ଗଣମାଧ୍ୟମ ସହ କଥାବାର୍ତ୍ତା କରି ନୀତୀଶ କୁମାର କହିଥିଲେ ଯେ ମହାମେଣ୍ଟରେ ସ୍ଥିତି ଭଲ ନ ଥିଲା । ତେଣୁ ମୁଁ ଏହି ପଦକ୍ଷେପ ନେଲି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.