Below header

ଦୀର୍ଘ ତିନି ବର୍ଷ ଧରି ଚାଲିଥିଲା ବେଆଇନ ଭୃଣ ନିରୂପଣ କାର୍ଯ୍ୟ : ଅତର୍କିତ ଭାବେ କ୍ଲିନିକ୍‌ରେ ଚଢଉ କଲା ପୋଲିସ, ୧୨ ଗିରଫ

ବ୍ରହ୍ମପୁର (କେନ୍ୟୁଜ): ବ୍ରହ୍ମପୁର ସହରରେ ବେଆଇନ ଭାବେ ଲିଙ୍ଗ ନିରୂପଣ କରୁଥିବା ରେକାଟର ପର୍ଦ୍ଦାଫାଶ କରିଛି ବୈଦ୍ୟନାଥପୁର ଥାନା ପୋଲିସ । ସହରର ଆଙ୍କୁଲି ଆନନ୍ଦ ନଗରରେ ଥିବା ଏକ କ୍ଲିନିକରେ ଦୀର୍ଘ ତିନି ବର୍ଷ ଧରି ଚାଲିଥିଲା ଏହି ବେଆଇନ କାର୍ଯ୍ଯ । ଗତକାଲି ବିଶେଷ ସୂତ୍ରରୁ ଖବର ପାଇ ଅତର୍କିତ ଚଢ଼ାଉ କରିଥିଲା । ଚଢାଉ ବେଳେ ୧୧ ଜଣ ଗର୍ଭବତୀ ମହିଳା ଉପସ୍ଥିତ ଥିବା ବେଳେ ସେମାନେ ଲିଙ୍ଗ ନିରୂପଣ ପାଇଁ ଅପେକ୍ଷାରେ ଥିବା ଜଣାପଡିଥିଲା।ପରେ ପୋଲିସର ଖୋଳତାଡ ବେଳେ ଏହି ବେଆଇନ ରେକେଟର ମାଷ୍ଟର ମାଇଣ୍ଡ ତଥା କ୍ଲିନିକର ମାଲିକ ଦୁର୍ଗା ପ୍ରସାଦ ନାୟକ ସମେତ ୧୨ ଜଣଙ୍କ ସମ୍ପୃକ୍ତି ଥିବା ଜଣାପଡିଥିଲା ।

ଏମାନଙ୍କ ମଧ୍ୟରେ ଦୁଇଜଣ ମହିଳା ମଧ୍ୟ ରହିଛନ୍ତି । ଏହି ୧୨ ଜଣଙ୍କୁ ପୋଲିସ ଗିରଫ କରିଥିବା ବେଳେ କ୍ଲିନିକରୁ ଦୁଇଟି ଅଲଟ୍ରାସାଉଣ୍ଡ ମେସିନ, ଅଲଟ୍ରାସାଉଣ୍ଡ ବ୍ଯବହୃତ ଜେଲ, ଗୋଟିଏ ମୋବାଇଲ, ୧୮ ହଜାର ୨୦୦ ନଗଦ ଟଙ୍କା ଜବତ କରିଛି ପୋଲିସ । ତେବେ ଦୀର୍ଘ ଦିନ ଧରି ବିଭିନ୍ନ ଦଲାଲ ମାଧ୍ୟମରେ ଏହି ବେଆଇନ କ୍ଲିନିକରେ ଲିଙ୍ଗ ନିରୂପଣ କରାଯାଉଥିଲା । ପରବର୍ତ୍ତୀ ସମୟରେ ଅଲଟ୍ରାସାଉଣ୍ଡ ରେ କନ୍ଯା ଭୃଣ ଚିହ୍ନଟ ହେଲେ ସେମାନଙ୍କର ଆବରସନ୍‌ କରାଯାଉଥିଲା।

ଏହି ରାକେଟରେ ଜଣେ ଆଶା କର୍ମୀ ମଧ୍ୟ ସାମିଲି ଥିବା ପୋଲିସ ଜାଣିବାକୁ ପାଇଛି। ଏହି ରାକେଟରେ ଅନ୍ଯ କେଉଁ ମାନଙ୍କ ସମ୍ପୃକ୍ତି ରହିଛି ସେ ନେଇ ପୋଲିସ ତଦନ୍ତ କରୁଥିବା ବେଳେ ସହରରେ ଥିବା ଅନ୍ଯ ଅଲଟ୍ରାସାଉଣ୍ଡ କ୍ଲିନିକରେ ମଧ୍ୟ ଯାଞ୍ଚ କରାଯିବା ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସପି । ଗିରଫ ପରେ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.