କୁନି ଭକତର ଭକ୍ତିରେ ସନ୍ତୁଷ୍ଟ ହେଲେ ଭଗବାନ, ପୂଜା ଥାଳିରେ ଓଁ ଆକରରେ ଦେଲେ ଦର୍ଶନ

   ଭୁବନେଶ୍ବର(କେନ୍ୟୁଜ୍): ‘ଆସ ଅଲାଲ ଖାଅ ଖିଲି ମୋତେ ନଆସେ ପୂଜା କଲି, ବାପା ଯାଇଛନ୍ତି ବାହାଲ ଗାଁ ମୋତେ ନଆସେ ପୂଜାଲ ନାଁ’ ଏଭଳି ଖନେଈ ଖନେଈ କଥାରେ ୧୨ ବର୍ଷର ବାଳକର ପ୍ରାର୍ଥନା ଶୁଣି ତା ହାତରୁ ଗରମ କ୍ଷିରୀ ଖାଇଥିଲେ ବ୍ରହ୍ମଗିରିର ଠାକୁର ଅଲରାନାଥ। ଯାହା ଇତିହାସ ହୋଇ ରହିଛି ସମଗ୍ର ଓଡିଶାରେ। ଏମିତି ଅନେକ ଆଚମ୍ବିତ କଲା ଭଳି ଘଟଣା ସାମ୍ନାକୁ ଆସିଛି। କିନ୍ତୁ କେହି କେହି ଏହାକୁ ଅନ୍ଧବିଶ୍ବାସ କହି ଏଡାଇ ଦେଉଛନ୍ତି ତ ଅଉ କେହି ଭଗବାନଙ୍କ ଚମତ୍କାରିତା ବୋଲି କୁହନ୍ତି । ଏମିତି ଏକ ଅଚମ୍ବିତ କଲା ଭଳି ଘଟଣା ଭୂବନେଶ୍ବରର ମେଟ୍ରୋ ସାଟେଲାଇଟ ସିଟି ହଂସପାଳ ଅଞ୍ଚଳରେ ଦେଖିବାକୁ ମିଳିଛି। ସେଠାର ହିମାଂଶୁ ଗୁରୁଙ୍କ ୮ ବର୍ଷର ପୁଅ ଆରାଧ୍ୟ ଗତ ରବିବାର ଦିନ ପୂଜା ଘରେ ଏକ ଥାଳିଆରେ କିଛି ବାଦମ ଆଣି ଠାକୁର ଘରେ ପୂଜା ଲଗାଇଥିଲା।

ପୂର୍ବରୁ ନିଜ ବାପାଙ୍କ ପୂଜା ବିଧିକୁ ଅନୁକରଣ କରି ସମାନ ପ୍ରକାର ପୂଜା କରିବାକୁ ଲାଗିଲା । ଧୂପ ଦ୍ବିପ ନୈବେଦ୍ୟରେ ଠାକୁରଙ୍କୁ ପଜାର୍ଚ୍ଚନା କଲେ କାଳେ ଠାକୁର ସନ୍ତୁଷ୍ଟ ହୋଇଥନ୍ତି ବୋଲି ମନରେ ଭାବନା ଆଣି ପୂଜା କରିଥିଲା। ପୂର୍ବରୁ ଭୋଗ ଲଗାଇଇଲା ବେଳେ ବାପାଙ୍କୁ ପଚାରେ ଠାକୁର ଖାଆନ୍ତି କେମିତି ? ବାପାଙ୍କ ଉତ୍ତର ଯାହା ଶୁଣିଥିଲା ତାକୁ ପରୀକ୍ଷାରେ ଲାଗି ପଡିଥିଲା ଆରାଧ୍ୟ । ଆଉ ଭୋଗ ବାଢି କହିଥିଲା ‘ପୂଜା ସବୁ ଠିକ କରିଛି ମୋ ଭୋଗ ଆସି ଖାଅ ଠାକୁରେ’ । ବାସ ଏତିକିରେ ପୂଜା ସରିଲା ଆଉ ଭୋଗ ଯେମିତି କି ସେମିତି ଥିଲା। ଆରାଧ୍ୟ ଭାବିଥିଲା ଭୋଗ ବୋଧେ ଠାକୁର ଖାଇ ନାହାନ୍ତି।

ସେହି ଭୋଗକୁ ଆଣି ପରିବାରରେ ବାଣ୍ଟିଥିଲା ବାଣ୍ଟି ସାରିବା ପରେ ଯାହା ଦେଖିଲା ତାକୁ ବେଶ୍ ଖୁସିଲାଗିଲା। କାରଣ ସବୁ ଭୋଗ ବାଣ୍ଟି ସାରିବା ପାର ଥାଳିଆରେ ଗୋଟେ ଗେରୁଆ ରଙ୍ଗର ଓଁ ଆଙ୍କି ହୋଇ ଯାଇଥିଲା। ଯାହାକୁ ବୁଲି ବୁଲି ଘର ଲୋକଙ୍କୁ ଦେଖାଇଥିଲା। ପରେ ପାଖ ପଡୋଶୀଙ୍କୁ ଦେଖାଇ ଥିଲା। ଆରାଧ୍ୟର ପୂଜାର୍ଚ୍ଚନାରେ କିଛି ଆବିଳତା ନଥିବାରୁ ଭଗବାନ ତା ପୂଜାରେ ସନ୍ତୁଷ୍ଟ ହୋଇ ତାକୁ ଓଁ ଆକାରରେ ଦେଖା ଦେଇଛନ୍ତି ବୋଲି କିଛି ପଡୋଶୀ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.