Below header

ଚୀନ୍‌ର ଆଉ ଏକ ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ୍‌,ଭାରତର ଆଭ୍ୟନ୍ତରୀଣ ସୂରକ୍ଷାକୁ ପକାଉଛି ବିପଦରେ

ମେରଠ : ବିଶ୍ୱକୁ କରୋନା ଭାଇରସ୍‌ ମହାମାରୀ ଦେଇ ଥିବା ଚୀନ୍‌ର ଆଉ ଏକ ଷଡ଼ଯନ୍ତ୍ର ପଦାକୁ ଆସିଛି । ଚୀନ ଅନ୍ୟ ଦେଶର ସୂରକ୍ଷା ସହ ବି ଖେଳିବାକୁ ପଛାଉ ନାହିଁ । ଏବେ ଚୀନ୍‌ର ଏକ ବଡ଼ ମୋବାଇଲ୍‌ କମ୍ପାନୀ ଭାରତର ସୁରକ୍ଷା ସହ ଖେଳ ଖେଳିଛି ।

ଚୀନ୍‌ର ଏହି ମୋବାଇଲ୍‌ କମ୍ପାନୀ ନାମରେ ଉତ୍ତରପ୍ରଦେଶ ମେରଠ ଥାନାରେ ଏକ ମାମଲା ଦାୟର ହୋଇଛି । ବିଶ୍ୱ ବଜାରରେ ଚୀନ୍‌ ମୋବାଇଲ୍‌ର ବଡ଼ କାରବାର ରହିଛି । ଭାରତରେ ମଧ୍ୟ ଚୀନ୍‌ ମୋବାଇଲ୍‌ର ବଡ଼ ଚାହିଦା ରହିଛି ।

mob chin-1

ଭାରତ ବଜାରରେ ଚୀନ୍‌ ତା’ର ବେପାର ମାନ୍ଦା ଦେଖି ଏବେ ନକଲି କାମ ଆରମ୍ଭ କରିଦେଇଛି । ଯାହାଦ୍ୱାରା ଭାରତର ସୂରକ୍ଷା ପ୍ରତି ବିପଦ ସୃଷ୍ଟି ହୋଇଛି । ଚୀନ୍‌ର ‘ଭିଭୋ’ ମୋବାଇଲ୍‌ କମ୍ପାନୀ ଭାରତ ମାର୍କେଟରେ ଗୋଟିଏ ଆଇଏମ୍‌ଇଆଇ(IMEI) ନମ୍ବରରେ ହଜାରରୁ ଉର୍ଦ୍ଧ୍ୱ ଫୋନ୍‌ ଛାଡିଛି ।

ଫଳରେ ଦେଶର ୨୮ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଗୋଟିଏ ଆଇଏମ୍‌ଇଆଇ ନମ୍ବରରେ ହଜାରରୁ ଉର୍ଦ୍ଧ୍ୱ ମୋବାଇଲ୍‌ ଫୋନ୍‌ ସକ୍ରୀୟ ଥିବା ଜଣାଯାଇଛି । ବିଶ୍ୱର ପ୍ରତ୍ୟେକ ମୋବାଇଲ ଫୋନ୍‌ର ଆଇଏମ୍‌ଇଆଇ ବା ଇଣ୍ଟରନେସ୍‌ନାଲ୍‌ ମୋବାଇଲ୍‌ ଇକ୍ୟୁପ୍‌ମେଣ୍ଟ୍‌ ଆଇଡେଣ୍ଟିଟି ନମ୍ବର ଥାଏ ।

ଏହାଦ୍ୱାରା ମୋବାଇଲକୁ ଚିହ୍ନଟ କରିହୁଏ । ହେଲେ ଚାଇନା ଭାରତରେ ଗୋଟିଏ ଆଇଏମ୍‌ଇଆଇ ନମ୍ବରରେ ୧୩୫୦୦ ଟି ମୋବାଇଲ୍‌ ଦେଇଛି । ମେରଠ ସାଇବର କ୍ରାଇମ ବିଭାଗ ଏହାର ଖୁଲାସା କରିଛି । ଏହାଦ୍ୱାରା ଭାରତର ସୁରକ୍ଷା ପ୍ରତି ବିପଦ ଦେଖାଦେଇଛି ।

କାରଣ ଏହାଦ୍ୱାରା କେବଳ ଚୋରୀ କିମ୍ବା ହତ୍ୟା ଭଳି ଅପରାଧ ହେବ ନାହିଁ, ଏହା ଯଦି ଦେଶଦ୍ରୋହୀଙ୍କ ହାତରେ ପଡ଼ିବ ତେବେ ବହୁତ ବଡ଼ ବିପଦ ହେବ । କାରଣ ଏହାଦ୍ୱାରା ଅପରାଧୀକୁ ଧରିବା ସହଜ ହେବ ନାହିଁ । ସାଇବର ସେଲ୍‌ ଭିଭୋ ଇଣ୍ଡିଆ ନୋଡାଲ୍‌ ଅଫିସର ହରମଜିତ ସିଂହଙ୍କୁ ନୋଟିସ୍‌ ପଠାଇଛି । ଏହା କମ୍ପାନୀ ନୀୟମ ଉଲଂଘନ ବୋଲି ନୋଟିସରେ କୁହାଯାଇଛି । ଏହି ଉଲଂଘନ ଏକ ଅପରାଧ ଶ୍ରେଣୀର ବୋଲି ସାଇବର ସେଲ୍‌ ପ୍ରକାଶ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.