ଖୋର୍ଦ୍ଧା: ପିଆଜ ଟ୍ରକରେ ଚାଲିଥିଲା ବେଧଡକ ଗଞ୍ଜେଇ ଚାଲଣ, ଜବତ କଲା ନାର୍କୋଟିକ କଣ୍ଟ୍ରୋଲ ବ୍ୟୁରୋ

ଖୋର୍ଦ୍ଧା(କେନ୍ୟୁଜ୍): ଖୋର୍ଦ୍ଧା ପୋଲିସକୁ ସଫଳତା। ୧୬ ନମ୍ବର  ଜାତୀୟ ରାଜପଥ ଖେର୍ଦ୍ଧା ନିକଟରୁ ପିଆଜ ଟ୍ରକରୁ  ଜବତ ହୋଲା ୫ କ୍ବିଣ୍ଟାଲ ଗଞ୍ଜେଇ। ନାର୍କୋଟିକ କଣ୍ଟ୍ରୋଲ ବ୍ୟୁରୋ ଏହି ଚଢାଉରେ  ସମାଲି ହୋଇ ଟ୍ରାକକୁ ଜବତ  କରିବା  ସହ ଦୁଇଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଆନ୍ଧ୍ରରୁ ଆସିଥିବା ଏକ ପିଆଜ ଟ୍ରକରେ ଗଞ୍ଜେଇ ଚାଲଣ ହେଉଥିବାରୁ  ଖବର ପାଇଁ ନାର୍କୋଟିକ କଣ୍ଟ୍ରୋଲ ବ୍ୟୁରୋର କର୍ମଚାରୀ ମାନେ ସଦଳବଳେ  ଟ୍ରକୁ ଖୋର୍ଦ୍ଧା  ନିକଟ ରାଜପଥରେ  ଅଟକାଇଥିଲେ।

onion truck 2

ପରେ  ସେଥିରୁ ପିଆଜ ଅନଲୋଡିଂ ପରେ  ୫ କ୍ବିଣ୍ଟାଲ ଗଞ୍ଜେଇ ଜବତ  କରିଥିଲେ। ତେବେ  ଏହି ଘଟଣାର ମାଷ୍ଟରମାଇଣ୍ଡଙ୍କୁ ଧରିବା ପାଇଁ  NCB ଜୋରଦାର ତଦନ୍ତ ଜାରି ରଖିଛି  ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.