Below header

ମରକଜରେ ସାମିଲ୍‌ ବିଦେଶୀ ହେଲେ କଳା ତାଲିକାଭୁକ୍ତ, ୧୦ ବର୍ଷ ଯାଏ ମିଳିବନି ଭାରତକୁ ଆସିବାକୁ ଅନୁମତି

ନୂଆଦିଲ୍ଲୀ : ଲକ୍‌ଡାଉନ୍‌ ସମୟରେ ମରକଜରେ ସାମିଲ ହୋଇଥିବା ବିଦେଶୀ ତବଲିଗି ଜମାତ ଦେଶରେ କରୋନା ସଂକ୍ରମଣ କରାଇବାରେ ମୁଖ୍ୟ ଭୂମିକା ନେଇଥିବା ଅଭିଯୋଗ ହୋଇଥିଲା । ଫଳରେ ଗୃହ ମନ୍ତ୍ରଣାଳୟ ଏହି ବିଦେଶୀ ତବଲିଗ୍‌ ଜମାତଙ୍କୁ କଳା ତାଲିକାଭୁକ୍ତ କରିଛି ।

ଏହି ବିଦେଶୀ ତବଲିଗ୍‌ ଜମାତ ଆଗାମୀ ୧୦ ବର୍ଷ ଯାଏ ଭାରତକୁ ଆସି ପାରିବେ ନାହିଁ । ନୂଆଦିଲ୍ଲୀ ଠାରେ ଆୟୋଜିତ ତବଲିଗି ଜମାତରେ ପ୍ରାୟ ୨୫୫୦ ବିଦେଶୀ ନାଗରିକ ଯୋଗ ଦେଇଥିଲେ ।

ସମସ୍ତେ ବିଦେଶୀ ନାଗରିକ ନିୟମ ଉଲଂଘନ କରିଥିବା ଅଭିଯୋଗ ହେବା ପରେ ସରକାର ଜମାତମାନଙ୍କୁ ଅଟକ ରଖିଥିଲେ । ପରେ ସେମାନଙ୍କର ବିଚାର କରାଯାଇ ୧୦ ବର୍ଷ ଯାଏ କଳା ତାଲିକାଭୁକ୍ତ କରାଯାଇଥିବା କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପ୍ରକାଶ କରିଛି ।

କଳା ତାଲିକାଭୁକ୍ତ ହୋଇଥିବା ବିଦେଶୀ ନାଗରିକଙ୍କ ମଧ୍ୟରେ ୟୁକେ,ଅଷ୍ଟ୍ରେଲିଆ, ବାଂଲାଦେଶ,ଥାଇଲାଣ୍ଡ, ମ୍ୟାଁମାର,ଦକ୍ଷିଣ ଆଫ୍ରିକା,ତାଞ୍ଜାନିଆ, କେନିଆ, ଶ୍ରୀଲଙ୍କା,ନାଇଜେରିଆ ଓ ନେପାଳ ଆଦି ଦେଶର ନାଗରିକ ଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.