ଖୋର୍ଦ୍ଧାରୁ ପୁଣି ୮ କରୋନା ଆକ୍ରାନ୍ତ ଚିହ୍ନଟ,ଟ୍ବିଟ  କରି ସୂଚନା ଦେଲା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ

କେନ୍ୟୁଜ୍ (ବ୍ୟୁରୋ):ଖୋର୍ଦ୍ଧାରୁ ପୁଣି ୮ କରୋନା ଆକ୍ରାନ୍ତ ଚିହ୍ନଟ ।  ଟ୍ବିଟ  କରି ସୂଚନା ଦେଲା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ। ଗତକାଲି ଖୋର୍ଦ୍ଧାରେ ୧୯ କରୋନା ଆକ୍ରାନ୍ତ  ଚିହ୍ନଟ ହୋଇଥିଲେ

ସେହିଭଳି  ସକାଳେ ରାଜ୍ୟରେ ଆଜି ନୂଆ ୯୦ ଟି କରୋନା ପଜିଟିଭ କେଶ ଚିହ୍ନଟ ହୋଇଛି । ଏହାକୁ ମିଶାଇ ମୋଟ ସଂଖ୍ୟା ୨୪୭୮କୁ ବୃଦ୍ଧି ପାଇଥିଲା କିନ୍ତୁ ଆଜିର ଭୁବନେଶ୍ବର ୪ ଆଉ ଖୋର୍ଦ୍ଧାର ଏହି ୮ କୁ  ମିଶାଇଲେ ୨୪୯୦ରେ ପହଞ୍ଚିଛି ଆକ୍ରାନ୍ତଙ୍କ ସଂଖ୍ୟା । ସକାଳେ ଆକ୍ରାନ୍ତଙ୍କ ସଂଖ୍ୟାକୁ  ନେଇ  ଟ୍ୱିଟ ଜରିଆରେ ସୂଚନା ଦେଇଥିଲା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ରାଜ୍ୟର ୧୩ ଟି ଜିଲ୍ଲାରୁ ହିଁ ଆଜି ୯୦ ଜଣ ଆକ୍ରାନ୍ତ ଥିବା ଜଣାଯାଇଛି । ୯୦ ରୁ ୭୯ ଜଣ କ୍ଵାରେ ଣ୍ଟିଂନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ବାକି ୧୧ ଜଣ ସ୍ଥାନୀୟ ବାସିନ୍ଦା ବୋଲି ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.