Below header

ଖୋର୍ଦ୍ଧା ବାଲୁଗାଁ ବାଇପାସ୍ ରାଜପଥରେ ଲୁଟେରାଙ୍କ ଆତଙ୍କ: କାର ଭିତରେ ବସିଥିବା ବେଳେ ମହିଳାଙ୍କ ବେକରୁ ଝାମ୍ପି ନେଲେ ସୁନା ଚେନ୍

ଗାଡିରୁ ପେଟ୍ରୋଲ ସରିଯିବାରୁ ଜଣେ ଲୁଟେରାଙ୍କୁ କାବୁ କଲେ ଗାଁଲୋକେ

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବାଇପାସ ରାଜପଥରେ ଲୁଟେରାଙ୍କ ଆତଙ୍କ । କାର ଭିତରେ ବସିଥିବା ବେଳେ ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେଲେ ଦୁର୍ବୃତ୍ତ । ୧୬ନମ୍ବର ଜାତୀୟ ରାଜପଥ ଚିଲିକା ଢ଼ାବା ନିକଟରେ ଏଭଳି ଅଘଟଣ ଘଟିଛି । ମଟର ସାଇକେଲରେ ଦୁଇଜଣ ଦୁର୍ବୃତ୍ତ ଚେନ୍ ଝାମ୍ପିବା ପରେ ଗାଡିରେ ଖସିଯିବାକୁ ଉଦ୍ୟମ କରିଥିଲେ ।

ତେବେ ବଡକୁଳ ବଜାର ନିକଟସ୍ଥ ପଂଚାୟତ ପାଖରେ ଗାଡିର ପେଟ୍ରୋଲ ସରିଯିବାରୁ ଗାଁଲୋକ ଜଣେ ଲୁଟେରାଙ୍କୁ କାବୁ କରିଥିବା ବେଳେ ଆଉ ଜଣେ ଫେରାର ହୋଇଯାଇଛି । ଘାଟଣାସ୍ଥଳରେ ନଭାଲ ଫାଣ୍ଡି ଅଧିକାରୀ ପହଞ୍ଚି ଜଣେ ଲୁଟେରା ଓ ବାଇକକୁ ଜବତ କରି ତଦନ୍ତ ଚଳାଇଛନ୍ତି । ଗତ ସପ୍ତାହେ ଭିତରେ ଜାତୀୟ ରାଜପଥରେ ଏଭଳି ୩ଟି ଘଟଣା ଘଟିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.