ଆଜି କୁର୍ମ ଦ୍ବାଦଶୀ, ଏମିତି କରନ୍ତୁ ଭଗବାନ ବିଷ୍ଣୁ ପୂଜା, ପୂର୍ଣ୍ଣ ହେବ ସମସ୍ତ ମନୋବାଞ୍ଝା

ପୌଷ ମାସର ଶୁକ୍ଲ ପକ୍ଷର ଦ୍ୱାଦଶ ତିଥିରେ କୁର୍ମ ଦ୍ୱାଦଶୀ ପାଳନ କରାଯାଏ। ହିନ୍ଦୁ ଧର୍ମର ବିଶ୍ୱାସ ଅନୁଯାୟୀ, ଏହି ଦିନ ଭଗବାନ ବିଷ୍ଣୁଙ୍କ କୁର୍ମ ଅର୍ଥାତ୍ କଇଁଛ ଅବତାରକୁ ସମର୍ପିତ। ଏହି ଦିନ ଭଗବାନ ବିଷ୍ଣୁଙ୍କ କୁର୍ମ ଅବତାରକୁ ବିଧି ବିଧାନ ସହିତ ପୂଜା କଲେ ମନୋବାଞ୍ଝା ପୂର୍ଣ୍ଣ ହେବା ସହିତ ଫଳ ମିଳିଥାଏ। ଏହି ଦିନ ଦାନ ଧର୍ମ ଏବଂ ଶ୍ରାଦ୍ଧ କାର୍ଯ୍ଯ କଲେ ପାପ ନାଶ ହୁଏ। ଆଜି ଏହି ଦ୍ବାଦଶୀ ପଡୁଥିବା ବେଳେ କେମିତି କରିବେ ଏହାର ପୂଜା ଆସନ୍ତୁ ଜାଣିବା…

ଏହି ଦିନ ସକାଳୁ ଉଠି ଗାଧୋଇବା ପରେ ନିର୍ଜଳା ରହି ଭଗବାନ ବିଷ୍ଣୁଙ୍କ ପୂଜା ଏବଂ ବ୍ରତ ସଂକଳ୍ପ ଆରମ୍ଭ କରନ୍ତୁ। କିନ୍ତୁ ଜଳ ଏବଂ ଫଳ ଗ୍ରହଣ କରି ଏହି ବ୍ରତ କରିପାରିବେ। ବ୍ରତ ସଂକଳ୍ପ ନେବା ପରେ ମନ୍ଦିର ଯାଇ ଭଗବାନ ବିଷ୍ଣୁଙ୍କୁ କୁର୍ମ ଅବତାର ବା କଇଁଚ୍ଛ ଅବତାରକୁ ପୂଜା କରନ୍ତୁ। ପୂଜା କରିବା ପରେ ପ୍ରସାଦ ଗ୍ରହଣ କରନ୍ତୁ ଏବଂ ବ୍ରତ ଉଜାପନ୍ନ କରନ୍ତୁ।

tortoise

କୁର୍ମ ଦ୍ବାଦଶୀ ଦିନ ଘରକୁ କଇଁଚ୍ଛ ଆଣିବାର ବଡ ମହତ୍ତ୍ବ ରହିଛି। ଏମିତି କରିବା ଦ୍ବାରା ମା’ ଲକ୍ଷ୍ମୀଙ୍କ କ୍‌ପା ସବୁବେଳେ ଲାଗି ରହିଥାଏ। ଆର୍ଥିକ ସଂକଟ ଦୂର ହୁଏ। ଘର ଛଡା ନୂଆ ଦୋକାନରେ ଆପଣ ରୂପାର ଛୋଟ କଇଁଚ୍ଛ ରଖିପାରିବେ। ଏହାକୁ ଘରର ସଠିକ ଦିଗରେ ରଖିବା ଉଚିତ। ନଚେତ କ୍ଷତି ହୋଇପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.