ପୁରୀ: ଆଜିଠୁ ଆହୁରି ସହଜ ହେବ ଜଗା ଦର୍ଶନ। ଶ୍ରୀମନ୍ଦିର ପ୍ରବେଶ ପାଇଁ ମାର୍କେଟ ଛକ ଠାରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ଦୀର୍ଘ ବ୍ୟାରିକେଡକୁ ଛୋଟ କରାଯାଇଛି। ବଡଦାଣ୍ଡରେ ଥିବା ୧କିଲୋମିଟର ବ୍ୟାରିକେଡକୁ ପ୍ରଶାସନ ହଟାଇ ଦେଇଛି।
ଆଜିଠାରୁ ମରିଚକୋଟ ଛକ ଠାରୁ ସିଂହଦ୍ୱାର ପର୍ଯ୍ୟନ୍ତ ବ୍ୟାରିକେଡ୍ ବ୍ୟବସ୍ଥା ଲାଗୁ କରାଯିବ। ପୂରବ୍ରୁ ଜିଲ୍ଲା ଓ ଶ୍ରୀମନ୍ଦିର ପ୍ରଶାସନ ସିଂହଦ୍ୱାରଠାରୁ ମାର୍କେଟ ଛକ ପର୍ଯ୍ୟନ୍ତ ବ୍ୟାରିକେଡ୍ କରିଥିଲା। ଗତକାଲି ଶ୍ରୀମନ୍ଦିର ଭିତର ଓ ବାହାର ସାନିଟାଇଜ୍ ପାଇଁ ଗୋଟିଏ ଦିନ ଦର୍ଶନ ବନ୍ଦ ରଖାଯାଇଥିଲା। ଆଜିଠୁ ପୁଣି ସ୍ୱାଭାବିକ ହୋଇଛି ଦର୍ଶନ।