Below header

ସିମେଣ୍ଟ ବୋଝେଇ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ: ୨ଟି ଟ୍ରେନ୍ ବାତିଲ ଓ ତିନୋଟିର ରୁଟ୍ ପରିବର୍ତ୍ତନ

ସମ୍ବଲପୁର(କେନ୍ୟୁଜ୍): ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ। ପୂର୍ବ ତଟ ରେଳ ଡିଭିଜନ ଅନ୍ତର୍ଗତ ସମ୍ବଲପୁର ସର୍ଲା ୟାର୍ଡ ନିକଟରେ ଗତକାଲି ରାତି ପ୍ରାୟ ୧୨ ଟା ସମୟରେ ଏକ ସିମେଣ୍ଟ ବୋଝେଇ ମାଲବାହୀ ଟ୍ରେନ୍ କୌଣସି କାରଣ ବଶତଃ ଲାଇନଚ୍ୟୁତ ହୋଇଥିଲା । ତେବେ ତୁରନ୍ତ ରେଳ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି କାର୍ଯ୍ୟ ଆରମ୍ଭ କରିଥିଲେ। ଟ୍ରାକ ଠିକ ହୋଇଥିଲେ ମଧ୍ୟ ସକାଳୁ ଯାଉଥିବା ଝାରସୁଗୁଡା -ସମ୍ବଲପୁର ପାସେଞ୍ଜର ଓ ରାଉରକେଲା -ଭୁବନେଶ୍ୱର ଟ୍ରେନକୁ ବାତିଲ କରାଯାଇଛି।

ସେହିପରି ୩ଟି ଟ୍ରେନର ଗତିପଥ ମଧ୍ୟ ପରିବର୍ତନ କରାଯାଇଛି। ଏହି ଟ୍ରେନ ଗୁଡିକ ରାଉରକେଲା -ଗୁଣପୂର ଏକ୍ସପ୍ରେସ, ଗୁଣପୁର -ରାଉରକେଲା, ଧାନବାଦ -ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ ଓ ପୁରୀ -ଇନ୍ଦର ଏକ୍ସପ୍ରେସକୁ ଝାରସୁଗୁଡାରୁ ସିଧା ସମ୍ବଲପୁର ମୁଖ୍ୟ ଷ୍ଟେସନ ଦେଇ ତାଳଚେର ଲାଇନକୁ ପରିବର୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ ବିଭାଗ ପକ୍ଷରୁ ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.