Below header

୫୦ ଜଣ ପୋଲିସ ଅଧିକାରୀଙ୍କୁ ମିଳିଲା ପଦକ, ଲୋକସେବା ଭବନରେ ସ୍ୱତନ୍ତ୍ର ସମାରୋହ

ଭୁବନେଶ୍ବର (କେନ୍ୟୁଜ୍) : ସାଧାରଣତନ୍ତ୍ର ଦିବସ ଅବସରରେ ୫୦ ଜଣ ପୋଲିସ ଅଧିକାରୀଙ୍କୁ ମିଳିଛି ପଦକ । ଲୋକସେବା ଭବନରେ ଆୟୋଜିତ ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଣୀ ଲାଲ ପଦକ ପ୍ରଦାନ କରିଛନ୍ତି । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଥିଲେ । ୧୪ ଜଣଙ୍କୁ ରାଜ୍ୟପାଳ ପଦକ ପ୍ରଦାନ କରାଯାଇଛି । ଏଡିଜି ବିନୟତୋଷ ମିଶ୍ର, ଆଇଜି ରେଖା ଲୋହାନୀ, ପୁରୀ ଏସ୍‌ପି ଉମାଶଙ୍କର ଦାଶ, କଟକ ଡିସିପି ଅଖିଳେଶ୍ୱର ସିଂହ, ଭିଜିଲାନ୍ସ ଡିଏସ୍‌ପି ସରୋଜ କୁମାର ସାମଲ ପ୍ରମୁଖଙ୍କୁ ରାଜ୍ୟପାଳ ପଦକ ପ୍ରଦାନ କରାଯାଇଛି । ସାହସିକତା ପାଇଁ ୨୩ ଜଣଙ୍କୁ ପଦକ ଦିଆଯାଇଛି । ରାଉରକେଲା ଏସ୍‌ପି କେ. ଶିବା ସୁବ୍ରମଣି, ଅନୁଗୁଳ ଏସ୍‌ପି ଜଗମୋହନ ମୀନା, ବରଗଡ଼ ଇନ୍ସପେକ୍ଟର ପ୍ରକାଶ କୁମାର କର୍ଣ୍ଣ, ବଲାଙ୍ଗୀର ଇନ୍ସପେକ୍ଟର ଜ୍ୟୋତିରଞ୍ଜନ ପତି, ବଲାଙ୍ଗୀର ଏସ୍‌ଆଇ ସଚ୍ଚିଦାନନ୍ଦ ବରିହା ପ୍ରମୁଖଙ୍କୁ ସାହସିକତା ପାଇଁ ପଦକ ଦିଆଯାଇଛି । ବିଶିଷ୍ଟ ସେବା ପାଇଁ ସିବି ସିଆଇଡି ଡିଏସ୍‌ପି ପ୍ରମୋଦ କୁମାର ରଥ ଓ ଭିଜିଲାନ୍ସ ଏଏସ୍‌ଆଇ ଶିବ ନାରାୟଣ ରଥଙ୍କୁ ରାଷ୍ଟ୍ରପତି ପୋଲିସ ପଦକ ଦିଆଯାଇଛି । ସେହିପରି ଉଲ୍ଲେଖନୀୟ ସେବା ପାଇଁ ୧୧ ଜଣଙ୍କୁ ପୋଲିସ ମେଡାଲ ପ୍ରଦାନ କରାଯାଇଛି । ଏସିପି ସୁଜିତ କୁମାର ଦଳାଇ, ଇନଚାର୍ଜ ଏସିପି ମାନସ ରଞ୍ଜନ ଗଡନାୟକ, କ୍ରାଇମ୍‌ବ୍ରାଞ୍ଜ ଇନଚାର୍ଜ ଡିଏସ୍‌ପି ଇତି ଦାସ, ଇନ୍ସପେକ୍ଟର ରଜନୀକାନ୍ତ ସାମଲ ପ୍ରମୁଖଙ୍କୁ ପୋଲିସ ପଦକ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.