Below header

ଜାଣନ୍ତୁ, ପ୍ରତି ୧ ମିନିଟ୍‌ରେ ଇଣ୍ଟରନେଟ୍‌ରେ କ’ଣ ହୋଇଥାଏ? କେଉଁ ଆପ୍‌କୁ ୟୁଜରମାନେ କରନ୍ତି ଅଧିକ ବ୍ୟବହାର?

ସାରା ବିଶ୍ୱରେ ଏବେ ଇଣ୍ଟରନେଟ୍‌ ୟୁଜରଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିଚାଲିଛି। ଏହାକୁ ନଜରରେ ରଖି ଆଜି ଆମେ ଆପଣଙ୍କୁ ଜଣାଇବାକୁ ଚାହୁଁଛୁ ଯେ ପ୍ରତି ୧ ମିନିଟ୍‌ରେ ଇଣ୍ଟରନେଟ୍‌ ଦୁନିଆରେ କ’ଣ କ’ଣ ହୋଇଥାଏ। ଡାଟା ଆନାଲିଷ୍ଟ କମ୍ପାନୀ ‘domo’ ଜାରି କରଥିବା ଏକ ଲିଷ୍ଟରେ ଇଣ୍ଟରନେଟ୍‌ ବ୍ୟବହାର ପ୍ରଣାଳୀକୁ ନେଇ ଅନେକ ତଥ୍ୟ ସାମ୍ନାକୁ ଆସିଛି।

1

୧. WhatsApp

ଇନ୍‌ଷ୍ଟାଣ୍ଟ ମେସେଜିଙ୍ଗ୍‌ ଆପ୍‌ ‘WhatsApp’ ବିଶ୍ୱରେ ସବୁଠାରୁ ଅଧିକ ଉପଯୋଗ ହେଉଥିବା ସର୍ଭିସ୍‌। ଏହି ଆପ୍‌ ଜରିଆରେ ୧ ମିନିଟ୍‌ରେ ୪.୧ କୋଟି ମେସେଜ୍‌ ପଠାଯାଇଥାଏ। ନୂଆବର୍ଷର ପୂର୍ବ ସନ୍ଧ୍ୟାରେ WhatsAppକୁ ସବୁଠାରୁ ଅଧିକ ଉପଯୋଗ କରାଯାଇଥିଲା। ସେହି ସମୟରେ ସାରା ବିଶ୍ୱରେ ୧୦୦ ବିଲିୟନ WhatsApp ମେସେଜ୍‌ ପଠାଯାଇଥିଲା, ଯେଉଁଥିରୁ ୨୦ ବିଲିୟନ୍‌ ମେସେଜ୍‌ ଭାରତରୁ ହିଁ ପଠାଯାଇଥିଲା।

4

୨. YouTube

ଭିଡିଓ ଷ୍ଟ୍ରିମିଙ୍ଗ୍‌ େଓ୍ଵବ୍‌ସାଇଟ ‘YouTube’ରେ ୧ ମିନିଟ୍‌ରେ ୪୫ ଲକ୍ଷ ଭିଡିଓ ଦେଖାଯାଇଥାଏ। ୟୁଜରମାନେ ଗୀତ ଶୁଣିବା ପାଇଁ YouTubeକୁ ସବୁଠାରୁ ଅଧିକ ବ୍ୟବହାର କରିଥାଆନ୍ତି।

୩. Google

ଆଜି ପଯ୍ୟର୍ନ୍ତ ଏମିତି କୌଣସି ବି ସର୍ଚ୍ଚ ଇଞ୍ଜିନ୍‌ ବାହାରିନି, ଯାହା Googleକୁ ଟକ୍କର ଦେଇପାରିବ। Googleରେ ୧ ମିନିଟ୍‌ରେ ୩୮ ଲକ୍ଷ ସର୍ଚ୍ଚ କରାଯାଇଥାଏ।

2

୪. Facebook

ଆମେରିକୀୟ ସୋସିଆଲ ମିଡିଆ କମ୍ପାନୀ ‘Facebook’ରେ ପ୍ରତି ମିନିଟ୍‌କୁ ୧୦ ଲକ୍ଷ ଲୋକ ଲଗ୍‌ଅନ କରନ୍ତି। ଏତେ ବଡ଼ ୟୁଜରବେସ୍‌କୁ ସମ୍ଭାଳିବା କମ୍ପାନୀ ପାଇଁ ଏକ ବଡ଼ କଥା।

66

୫. Instagram

ଆମେରିକୀୟ ଫଟୋ ଶେୟାରିଂ ସର୍ଭିସ୍‌ ‘ଇନ୍‌ଷ୍ଟାଗ୍ରାମ’ରେ ୧ ମିନିଟ୍‌ରେ ୨ ଲକ୍ଷ ୭୭ ହଜାର ୭୭୭ ଫଟୋ ଅପ୍‌ଲୋଡ ହୋଇଥାଏ।

୬. App Store

ଅନୁମାନ କରାଯାଉଛି, ଗୁଗଲ ପ୍ଲେ ଷ୍ଟୋର୍‌ ଏବଂ ଆପଲ୍‌ର ଆପ୍‌ ଷ୍ଟୋରରେ ୧ ମିନିଟ୍‌ରେ ପାଖାପାଖି ୩ ଲକ୍ଷ ୯୦ ହଜାର ଆପ୍ସ ଡାଉନ୍‌ଲୋଡ କରାଯାଇଥାଏ।

3

୭. Twitter

ମାଇକ୍ରୋ ବ୍ଲଗିଙ୍ଗ୍‌ େଓ୍ଵବ୍‌ସାଇଟ ‘ଟୁଇଟର’ରେ ୧ ମିନିଟ୍‌ରେ ୫ ଲକ୍ଷ ୧୧ ହଜାର ୨୦୦ ଟୁଇଟ୍‌ ହୋଇଥାଏ। ସେଥିମଧ୍ୟରୁ ସବୁଠାରୁ ଅଧିକ ଟୁଇଟ୍‌ ଦେଶ ଦୁନିଆକୁ ନେଇ ଚାଲୁଛି। ହ୍ୟାସ୍‌ଟ୍ୟାଗ୍‌ ସହିତ ସାମାଜିକ ପ୍ରସଙ୍ଗକୁ ଟୁଇଟ୍‌ କରାଯାଇଥାଏ।

୮. Online Shopping

Online Shoppingରେ ୧ ମିନିଟ୍‌ରେ ଲୋକେ ୧୦ ଲକ୍ଷ ଡଲାର୍‌ ଅର୍ଥାତ୍‌ ୭୧ ବିଲିୟନ୍‌ ଟଙ୍କା ଖର୍ଚ୍ଚ କରିଥାଆନ୍ତି। ଏଥିରେ ଆମାଜନ୍‌, ଫ୍ଲିପ୍‌କାର୍ଟ ଏବଂ eBay ଆଦି ସାମିଲ ଅଛି।

77

୯. Giphy

ବିନା ଶବ୍ଦରେ ଶର୍ଟ ଭିଡିଓ ଫାଇଲ୍‌ ତିଆରି କରୁଥିବା କମ୍ପାନୀ ‘Giphy’ ୧ ମିନିଟ୍‌ରେ ୪୮ ଲକ୍ଷ Giphy ଇମେଜ୍‌ ତିଆରି କରିଥାଏ। WhatsAppରେ Giphyର ସପୋର୍ଟ ଆସିବା ପରେ Giphy ବହୁତ ଲୋକପ୍ରିୟ ହୋଇଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.