କଟକ CDAରୁ ବିପୁଳ ମାତ୍ରାରେ ଜାଲ୍ ନୋଟ୍ ଜବତ ଘଟଣ, ଜାରି ରହିଛି ଖୋଳତାଡ

କଟକ (କେନ୍ୟୁଜ୍) : CDAରୁ ଜାଲ୍ ନୋଟ୍ ଜବତ ଘଟଣାରେ ଜାରି ରହିଛି ଖୋଲତାଡ। ଏତେ ପରିମାଣର ନୋଟ୍ କେଉଁଠୁ ଆସିଲା ତାକୁ ନେଇ ତଦନ୍ତ ଚଳାଇଛି କମିଶନରେଟ୍ ପୋଲିସ। ଏହାର ଚେର କେତେ ପର୍ଯ୍ୟନ୍ତ ଲମ୍ବିଛି ଓ ପଛରେ କେଉଁ ର୍ୟାକେଟ ସଂପୃକ୍ତ ରହିଚି। ଏସବୁ ଦିଗକୁ ନେଇ ଜାରି ରହିଛି ତନାଘନା। ଗତ ୧୭ ତାରିଖରେ କଟକ ସିଡିଏର ଏକ ଡିପୋଜିଟ୍ ମେସିନ୍ରେ ଜମା ହୋଇଥିଲା ୧ ଲକ୍ଷ ୬ ହଜାର ଟଙ୍କାର ଜାଲ୍ ନୋଟ୍ । ୫୩ଟି ୨ ହଜାର ଟଙ୍କିଆ ଜାଲ ନୋଟ ସତ୍ୟଜିତ ପଣ୍ଡା ନାମକ ଜଣେ ବ୍ୟକ୍ତି ଡିପୋଜିଟ୍ କରିଥିଲେ । ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ଅଧିକ ସୂଚନା ଦେଉଛନ୍ତି ଆମ ରିପୋରଟର ସତ୍ୟବ୍ରତ ସାମଲ।