Below header

୭୧ ତମ ସାଧାରଣତନ୍ତ୍ର ଦିବସ ସମାରୋହରେ ଶକ୍ତି ପ୍ରଦର୍ଶନ କଲେ ନାରୀ, ପ୍ୟାରେଡ୍‌ରେ ପ୍ରଥମ ଥର ପାଇଁ ବାଇକ୍‌ ଷ୍ଟଣ୍ଟ କଲେ ମହିଳା

ଆଜି ସାରା ଭାରତବର୍ଷରେ ପାଳିତ ହେଉଛି ୭୧ ତମ ସାଧାରଣତନ୍ତ୍ର ଦିବସ। ସବୁବର୍ଷ ଭଳି ଚଳିତବର୍ଷ ମଧ୍ୟ ଦିଲ୍ଲୀର ରାଜପଥରେ ସେନା ବାହିନୀ ତରଫରୁ ପରାକ୍ରମ ପ୍ରଦର୍ଶନ କରାଯାଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପର୍ଯ୍ୟନ୍ତ ସମସ୍ତେ ଏ ଅବସରରେ ଉପସ୍ଥିତ ରହି ଜାତୀୟ ପତାକାକୁ ସମ୍ମାନ ଜଣାଇଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ବ୍ରାଜିଲର ରାଷ୍ଟ୍ରପତି ଜେର୍‌ ବୋଲସୋନାରୋ ଉପସ୍ଥିତ ଥିଲେ। ତେବେ ଏହି ପ୍ରଦର୍ଶନରେ ବହୁ ମହିଳା ମଧ୍ୟ ଶକ୍ତି ପ୍ରଦର୍ଶନ କରିଥିଲେ।

Image result for women-bikers-performed-first-time-on-republic-day

ରାଜପଥ ପ୍ୟାରେଡ୍‌ରେ ନାରୀଙ୍କ ଶକ୍ତି ପ୍ରଦର୍ଶନ ସମସ୍ତଙ୍କ ହୃଦୟ ଛୁଇଁଯାଇଥିଲା। ସର୍ବପ୍ରଥମେ ଇନ୍‌ସପେକ୍ଟର ସୀମା ନାଗ ଚଳନ୍ତା ମୋଟର ସାଇକେଲ ଉପରେ ଠିଆ ହୋଇ ସାଲ୍ୟୁଟ୍‌ କରିଥିଲେ। ସେହିପରି ହେଡ୍‌ କନେଷ୍ଟବଳ ସୀମା ଚୌଧୁରୀ ମଟର ସାଇକେଲକୁ ବାଲାନ୍ସ କରି ଦୁଇ ହାତରେ ପିସ୍ତଲ ଧରିଥିବା ଦେଖିବାକୁ ମିଳିଥିଲା।

Image result for women-bikers-performed-first-time-on-republic-dayଏହା ପରେ ୨୧ ଜଣ ମହିଳା ୫ଟି ମଟର ସାଇକେଲରେ ମାନବ ପିରାମିଡ୍‌ କରିଥିବା ଦେଖିବାକୁ ମିଳିଥିଲା। ଏହି ଫର୍ମେସନ୍‌କୁ ସବ୍‌ ଇନ୍‌ସପେକ୍ଟର ଅନୀତା କୁମାରୀ ଲିଡ୍‌ କରୁଥିଲେ।

ସବ୍‌ ଇନ୍‌ସପେକ୍ଟର ସୁଜାତା ଗୋସ୍ୱାମୀ, ୫ ମହିଳାଙ୍କ ଟିମ୍‌ ସହ ରାଜପଥରେ ପାଇକରେ ଭିନ୍ନ ଭିନ୍ନ କୌଶଳ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଥିଲା।

ଏହା ପରେ ହେଡ୍‌ କନେଷ୍ଟବଳ ଆଶା କୁମାରୀ ଦୁଇଟି ମଟର ସାଇକେଲ ଓ ଅନ୍ୟ ୪ ମହିଳାଙ୍କ ସହ ବିମ୍‌ ରୋଲ ଫର୍ମେସନ୍‌ କରିଥିବା ନଜର ଆସିଥିଲା।

ପ୍ୟାରେଡ୍‌ ଆରମ୍ଭ ବେଳେ କ୍ୟାପ୍‌ଟେନ୍‌ ତାନିଆ ଶୋରଗିଲ କୋର୍ପସ ଅଫ୍‌ ସିଗନାଲ ସ୍କ୍ଵାର୍ଡର ପ୍ରତିନିଧିତ୍ୱ କରୁଥିବା ଦେଖିବାକୁ ମିଳିଥିଲା।

All Image Courtesy: DD National
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.