Below header

ଦ୍ୱିତୀୟ ଟି-୨୦ : ଭାରତ ବିପକ୍ଷରେ ନ୍ୟୁଜିଲାଣ୍ଡ କଲା ୧୩୨ ରନ୍‌

ଅକ୍‌ଲାଣ୍ଡ : ଦ୍ୱିତୀୟ ଟି-୨୦ରେ ନ୍ୟୁଜିଲାଣ୍ଡକୁ ମାତ୍‌ ଦେବା ଲାଗି ଭାରତକୁ କରିବାକୁ ହେବ ୧୩୩ ରନ୍‌ । ଆଜି ଏଠାରେ ଖେଳା ଯାଉଥିବା ମ୍ୟାଚ୍‌ରେ ଘରୋଇ ଦଳ ଟସ୍‌ ଜିତି ଥିଲା । ପ୍ରଥମେ ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇ ୨୦ ଓଭର୍‌ରେ ୫ ଓ୍ଵିକେଟ୍‌ ହରାଇ ୧୩୨ ରନ୍‌ କରିଛି ।
ଦୁଇ ଓପ୍ନର ଗପ୍‌ଟିଲ୍‌ ଓ ମୁଦରୋ ଦ୍ରୁତ ରନ୍‌ ସଂଗ୍ରହ କରି ପ୍ରଥମ ଓ୍ଵିକେଟ୍‌ରେ ୪୮ ରନ୍‌ (୬ ଓଭର୍‌) ସଂଗ୍ରହ କରିଥିଲେ । ଗପ୍‌ଟିଲ୍‌ ୨୦ ବଲ୍‌ରୁ ୩୩ ରନ୍‌ (୨ ଛକା, ୪ ଚୌକା) ଏବଂ ମୁନରୋ ୨୫ ବଲ୍‌ରୁ ୨୬ ରନ୍‌ (୨ ଚୌକା ଓ ୧ ଛକା) ସ୍କୋର କରିଥିଲେ । ପରେ ଅଧିନାୟକ କେନ୍‌ ଓ୍ଵିଲିୟମସନ୍‌ ୧୪, ଗ୍ରାଣ୍ଡହୋମ୍‌ ୩ ରନ୍‌ କରି ଆଉଟ୍‌ ହୋଇ ଯାଇଥିଲେ । ଏମାନଙ୍କ ଓ୍ଵିକେଟ୍‌ ଦଖଲ କରିଥିଲେ ରବୀନ୍ଦ୍ର ଜାଡେଜା । ସେ ୪ ଓଭର୍‌ରେ ୧୮ ରନ୍‌ ଦେଇ ଏହି ଦୁଇଟି ସଫଳତା ପାଇଥିଲେ ।

KOHLIଅବଶ୍ୟ ଏହାପରେ ଟେଲର ଓ ସିଫର୍ଟଙ୍କ ଯୋଡ଼ି ଦଳକୁ ପୁଣି ଆଗେଇ ନେଇଥିଲେ । ଏମାନେ ପଞ୍ଚମ ଓ୍ଵିକେଟ୍‌ରେ ୪୪ ରନ୍‌ ସଂଗ୍ରହ କରିଥିଲେ । ଟେଲରଙ୍କୁ ୧୮ ରନ୍‌ରେ ବୁମରା ଆଉଟ୍‌ କରିଥିଲେ । ସିଫର୍ଟ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ୨୬ ବଲ୍‌ରୁ ୩୩ ରନ୍‌ (୧ ଚୌକା ଓ ୨ ଛକା) କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.