Below header

ନସିରୁଦ୍ଦିନ ଶାହାଙ୍କ ଝିଅ ବିରୁଦ୍ଧରେ କ୍ଲିନିକ ଷ୍ଟାଫଙ୍କୁ ମାଡ଼ ମାରିବା ଅଭିଯୋଗ, ଘଟଣାର ସିସିଟିଭି ଫୁଟେଜ ଭାଇରଲ

ବଲିଉଡ ଅଭିନେତା ନସିରୁଦ୍ଦିନ ଶାହା ପ୍ରାୟତଃ ନିଜର ବିବାଦୀୟ ମନ୍ତବ୍ୟକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ତେବେ ବର୍ତ୍ତମାନ ତାଙ୍କର ଝିଅ ହିବା ଶାହା ମୁମ୍ବାଇସ୍ଥିତ ଏକ ପଶୁ ଚିକିତ୍ସାଳୟରେ କାମ କରୁଥିବା ଦୁଇ ମହିଳା କର୍ମଚାରୀଙ୍କ ସହ ମାଡପିଟ କରୁଥିବା ଅଭିଯୋଗ ଆସିଛି । କ୍ଲିନିକ ଏହି ଘଟଣାର ସିସିଟିଭି ଫୁଟେଜ ମଧ୍ୟ ଜାରି କରିଛି ଯେଉଁଥିରେ ସେ ଏକ ହଳଦିଆ ରଙ୍ଗର ପୋଷାକ ପିନ୍ଧିଥିବା ସହ କର୍ମଚାରୀଙ୍କ ଉପରେ ହାତ ଉଠାଉଥିବା ଦେଖିବାକୁ ମିଳିଛି ।

Image result for naseeruddin-shah-daughter-heeba-shah-assaulted-female-staff-at-veterinarian

ଘଟଣାଟି ଘଟିଥିଲା ଜାନୁୟାରୀ ୧୬ ତାରିଖ ଦିନ । ସୂଚନା ଅନୁଯାୟୀ ହିବା ଶାହା ଓ ତାଙ୍କ ବନ୍ଧୁ ସୁପ୍ରିୟା ଶର୍ମା ନିଜର ଦୁଇ ବିଲେଇଙ୍କର ନସବନ୍ଦୀ କରାଇବା ପାଇଁ ସ୍ଲଟ ବୁକ କରିଥିଲେ କିନ୍ତୁ କୌଣସି କାରଣରୁ ସୁପ୍ରିୟା ସେଠାରେ ପହଂଚି ପାରିନଥିଲେ । ତେବେ ହିବା ସେଠାରେ ଜଣେ ବନ୍ଧୁଙ୍କ ସହ ନିଜ ବିଲେଇକୁ ନେଇ ୨.୫୦ ମିନିଟ ସମୟରେ ପହଂଚିଥିଲେ କିନ୍ତୁ ଯେତେବେଳେ ତାଙ୍କୁ ଅପେକ୍ଷା କରିବା ପାଇଁ କୁହାଯାଇଥିଲା ସେତେବେଳେ ସେ ବହୁତ ରାଗି ଯାଇଥିଲେ ।

ଏହାପରେ ସେ ପଶୁଚିକିତ୍ସା କ୍ଲିନିକରେ ଥିବା କେୟାରଟେକରକୁ କହିଥିଲେ ଯେ କଣ ଆପଣ ଜାଣିନାହାନ୍ତି ମୁଁ କିଏ ? କିଛି ସାହାଯ୍ୟ ନକରି ଆପଣ ମୋତେ ଏତେ ସମୟ କିପରି ବାହାରେ ଅପେକ୍ଷା କରାଇପାରିବେ ? ବିଲେଇକୁ ରିକ୍ସାରୁ ବାହାର କରିବାପାଇଁ ମୋତେ କେହି ସାହାଯ୍ୟ କାହିଁକି କରୁନାହାନ୍ତି ? ତେବେ ଯେତେବେଳେ ହିବାଙ୍କୁ ଫର୍ମ ଭରିବା ପାଇଁ କୁହାଯାଇଥିଲା ସେତେବେଳେ ସେ ଆହୁରି ରାଗି ଯାଇଥିଲେ ଏବଂ ଗାଳି କରିବା ଆରମ୍ଭ କରିଦେଇଥିଲେ ।

Image result for naseeruddin-shah-daughter-heeba-shah-assaulted-female-staff-at-veterinarian

ଏହାପରେ ସେଠାରେ ଥିବା କର୍ମଚାରୀ ଯେତେବେଳେ ତାଙ୍କୁ ବାହାରକୁ ଯିବାକୁ କହିଲେ ତ ସେ ମହିଳା କର୍ମଚାରୀଙ୍କ ଉପରକୁ ହାତ ଉଠାଇ ମାଡ଼ ମାରିବା ଆରମ୍ଭ କରିଦେଇଥିଲେ । ନିକଟରେ ତାଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଛି ଏବଂ ପୋଲିସ ଏହି ମାମଲାର ତଦନ୍ତ କରୁଛି । କୁହାଯାଉଛି କି ହିବା ଶାହାଙ୍କ ବିରୋଧରେ ଫେଲାଇନ ଫାଉଣ୍ଡେସନ ତରଫରୁ ଅଭିଯୋଗ କରାଯାଇଛି । ତେବେ ଏହି ଫାଉଣ୍ଡେସନ ଉକ୍ତ ଚିକିତ୍ସାଳୟକୁ ଚଳାଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.