ଓଡିଶାର ସର୍ବ ପୁରାତନ ଶୈବପୀଠ ଆରଡିର ବାବା ଆଖଣ୍ଡଳମଣିଙ୍କ ମନ୍ଦିର ପରିସର ପାଇବ ନୂଆ ରୂପ

ଚାନ୍ଦବାଲି (କେ ନ୍ୟୁଜ):  ନୂଆ ରୂପରେଖରେ ଶୋଭାପାଇବ ଓଡିଶାର ସର୍ବ ପୁରାତନ ଶୈବପୀଠ ଆରଡିର ବାବା ଆଖଣ୍ଡଳମଣିଙ୍କ ପୀଠ । ଝଲସିବ ଆରଡ଼ିର ବାବା ଆଖଣ୍ଡଳମଣିଙ୍କ ପୀଠ । ଭଦ୍ରକର ପ୍ରସିଦ୍ଧ ବାବା ଆଖଣ୍ଡଳମଣିଙ୍କ ପୀଠ ନୂଆ ରୂପ ପାଇବ। ମନ୍ଦିର ଉନ୍ନତିକରଣ ପାଇଁ ସରକାର ପ୍ରଦାନ କରିଥିବା ୬ କୋଟି ଟଙ୍କାରୁ ପ୍ରଥମେ ୪କୋଟି ଟଙ୍କା କାର୍ଯ୍ୟର ଟେଣ୍ଡର ସରିଛି। ତେଣୁ ପ୍ରଥମେ ମନ୍ଦିର ଭିତର ବେଢା କାମ ଆରମ୍ଭ ହେବ। ପର୍ଯ୍ୟାୟକ୍ରମେ ମନ୍ଦିର ବାହାରର ଉନ୍ନତିକରଣ କାମ ମଧ୍ୟ ଆରମ୍ଭ ହେବ ।

baba aradi

ଏନେଇ ଭଦ୍ରକ ସାଂସଦଙ୍କ ସମେତ ଚାନ୍ଦବାଲି ବିଧାୟକ, ଜିଲ୍ଲାପାଳ, ଉପଜିଲ୍ଲାପାଳ ପ୍ରମୁଖ ସାମିଲ ହୋଇ କାର୍ଯ୍ୟର ଶିଳାନ୍ୟାସ କରିଛନ୍ତି। ମନ୍ଦିର ଓ ମନ୍ଦିରର ବାହାରର ରୂପରେଖ କିପରି ରହିବ ସେନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ବ୍ଲୁ ସ୍କେଚ୍‌ ମଧ୍ୟ ପ୍ରସ୍ତୁତ କରାଯାଇଛି । ପୀଠକୁ ଆସୁଥିବା ହଜାର ହଜାର ଭକ୍ତ ଯେପରି ଅସୁବିଧାର ସମ୍ମୁଖୀନ ନହୁଅନ୍ତି ସେଥିପାଇଁ ବିକାଶମୂଳକ କାର୍ଯ୍ୟ କରାଯିବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ ଜ୍ଞାନ ରଞ୍ଜନ ଦାସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.