ସାମ୍ବାଦିକ ଅରିନ୍ଦମଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ୱର(କେ ନ୍ୟୁଜ):  ଦିବଂଗତ ସାମ୍ବାଦିକ ଅରିନ୍ଦମଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କଲେ ରାଜ୍ୟ ସରକାର । ୪ ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଂଜୁର କରିଥିବା ନେଇ ମାନସ ମଙ୍ଗରାଜ ଟ୍ୱିଟ କରି ସୂଚନା ଦେଇଛନ୍ତି । ଜର୍ଣ୍ଣାଲିଷ୍ଟ ୱେଲଫେୟାର ଫଣ୍ଡରୁ ଦିଆଯିବ ବୋଲି ଜଣାଯାଇଛି | ଶୁକ୍ରବାର ମଙ୍ଗୁଳି ନିକଟରେ ଘଟିଥିବା ବୋଟ ଦୁର୍ଘଟଣାରେ ଯୁବ ସାମ୍ବାଦିକଙ୍କ ମୃତ୍ୟୁ ହୋଇଥିଲା । ସୂଚନା ଥାଉକି

 

ଗଜ ଉଦ୍ଧାର ସମୟରେ ଓଡ୍ରାଫ ଟିମ ସହ ସାମିଲ ହୋଇଥିଲେ ଅରିନ୍ଦମ । | ସେହି ଦଳରେ ଓଡ୍ରାଫ ଟିମକୁ ମିଶାଇ ୭ ଜଣ ସଦସ୍ୟ ଥିଲେ | ସେ ମଧ୍ୟରୁ ୨ ଜଣ ଗଣମାଧ୍ୟମ ପ୍ରତିନିଥି ଥିଲେ । ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ନିଖୋଜ ଅଛନ୍ତି । ଯେବେକି ଅନ୍ୟମାନେ ଏସିବି ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.