କରୋନାରେ ବାପା-ମା ହରାଇଥିବା ପିଲାଙ୍କ ଦାୟିତ୍ୱ ନେବେ ସରକାର, ଅନାଥଙ୍କ ପାଇଁ ସ୍ୱତନ୍ତ୍ର ଗ୍ରୀନ୍‌ ପ୍ୟାସେଜ୍‌

ଭୁବନେଶ୍ୱର (କେନ୍ୟୁଜ) : କରୋନା ଅନାଥଙ୍କ ପାଇଁ ସ୍ୱତନ୍ତ୍ର ଗ୍ରୀନ୍‌ ପ୍ୟାସେଜ୍‌ । ମହାମାରୀରେ ବାପା-ମା ହରାଇଥିବା ପିଲାଙ୍କ ଦାୟିତ୍ୱ ନେବେ ସରକାର । ସେମାନଙ୍କୁ ମାସିକ ପେନସନ ବ୍ୟବସ୍ଥା ପ୍ରଦାନ ସହ ଶିକ୍ଷା ଖର୍ଚ୍ଚ ବହନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ରହିଛି । ଏଥିପାଇଁ ସରକାରଙ୍କ ପକ୍ଷରୁ ଆରମ୍ଭ ହେବ ଏକ ସ୍ୱତନ୍ତ୍ର ଗ୍ରୀନ୍‌ ପ୍ୟାସେଜ୍‌ । ଯାହାଦ୍ୱାରା ଅନାଥ ପିଲାଙ୍କୁ ମେଡିକାଲ ଓ ଇଞ୍ଜିନିୟରିଂ ପରି ବୃତ୍ତିଗତ ଶିକ୍ଷା ପ୍ରଦାନ କରାଯିବ । ଶିଶୁମାନେ ଘରୋଇ ଶିକ୍ଷାନୁଷ୍ଠାନରେ ପଢିଲେ, ସମ୍ପୃକ୍ତ ଶିକ୍ଷାନୁଷ୍ଠାନର ସମସ୍ତ ଖର୍ଚ୍ଚ ସରକାର ବହନ କରିବେ । ଶିଶୁ ଯତ୍ନ ଗୃହରେ ରହୁଥିବା ଶିଶୁଙ୍କୁ ୨୧୬୦ଟଙ୍କା ଓ ବାହାରେ ରହୁଥିବା ଶିଶୁଙ୍କୁ ୨ହଜାର ଟଙ୍କା ଲେଖାଏଁ ୩ବର୍ଷ ପାଇଁ ଦିଆଯିବାର ବ୍ୟବସ୍ଥା କରାଯାଇଛି । କରୋନାର ଦ୍ୱିତୀୟ ଲହରରେ ଦେଶର ୩୦ହଜାର ୭୧ଜଣ ପିଲା ଅନାଥ ହୋଇଥିବା ତଥ୍ୟରୁ ସୂଚନା ମିଳିଛି । ଓଡ଼ିଶାରେ ମହାମାରୀରେ ୩୮ଜଣ ଶିଶୁ ଅନାଥ ହୋଇଛନ୍ତି । ସେମାନଙ୍କର ସମସ୍ତ ରିପୋର୍ଟ ଦାଖଲ କରିବାକୁ ତହସିଲଦାରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.