ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀରେ ଦୀକ୍ଷାନ୍ତ ସମାରୋହ: ଯୋଗ ଦେଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌

କେନ୍ୟୁଜ୍(ବ୍ୟୁରୋ): ଭୁବନେଶ୍ୱର ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀରେ ଦୀକ୍ଷାନ୍ତ ସମାରୋହ ଅନୁଷ୍ଠିତ ହୋଇଛି । ପଞ୍ଚମ ବ୍ୟାଚ୍‌ DSP ଓ ଦଶମ ବ୍ୟାଚ୍‌ ସବଇନିସପେକ୍ଟର ପାସିଂ ଆଉଟ୍‌ ପରେଡରେ ଅଂଶଗ୍ରହଣ କରିଥିଲେ । ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମାରୋହକୁ ଉଦ୍‌ଘାଟନ କରିଥିଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ।

ଏହି ଅବସରରେ ରାଜ୍ୟପାଳ ଉଦ୍‌ବୋଧନ ଦେଇ କହିଛନ୍ତି ରାଜ୍ୟରେ ବିଶୃଙ୍ଖଳା ରୋକିବା ପାଇଁ ଚେଷ୍ଟା ଚାଲିଛି । ନିଶା କାରବାର ପାଇଁ ଶୈଶବ ବାଧାପ୍ରାପ୍ତ ହେଉଛି । ନବ ନିଯୁକ୍ତି ପାଇବାକୁ ଥିବା ସମସ୍ତ ପୋଲିସ ଅଫିସର କିଭଳି ଲୋକଙ୍କ ପାଖରେ ପହଞ୍ଚି ଭଲ ସେବା ଯୋଗାଇବେ ସେନେଇ ଶପଥ ନେଇଥିଲେ ।

ପଞ୍ଚମ ବ୍ୟାଚ୍‌ DSPର ୭ଜଣ DSP ଓ ଦଶମ ବ୍ୟାଚ୍‌ ଇନିସପେକ୍ଟରର ୨୯୧ ଜଣ ସବଇନିସପେକ୍ଟର ପାସିଂ ଆଉଟ୍‌ ପରେଡରେ ସାମିଲ ହୋଇଥିଲେ । ଏହି ଅବସରରେ ୨୦୧୬-୨୦୧୭ ଓ ୨୦୧୭-୨୦୧୮ ମସିହାରେ ଟ୍ରେନିଂ କ୍ଷେତ୍ରରେ ଉଲ୍ଲେଖନୀୟ ସେବା ପାଇଁ ୟୁନିୟନ ହୋମ୍‌ ମିନିଷ୍ଟର ମେଡାଲ ଫର୍‌ ଏକ୍ସଲେନ୍ସ ଇନ୍‌ ପୋଲିସ ସମ୍ମାନ ପ୍ରଦାନ କରାଯାଇଛି ।

Leave A Reply

Your email address will not be published.