Below header

କାର୍ତ୍ତିକ ପୂର୍ଣ୍ଣିମା ପାଇଁ କଟକଣା: ଯାଜପୁର ଗୋକର୍ଣ୍ଣେଶ୍ୱର ମନ୍ଦିରରେ ୧୪୪ ଧାରା ଜାରି

ଯାଜୁପର(କେନ୍ୟୁଜ୍): କାର୍ତ୍ତିକ ପୂର୍ଣ୍ଣିମା ପାଇଁ କଟକଣା । ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଜନଗହଳିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ନଦୀ ଓ ଶୈବପୀଠ ଗୁଡିକରେ ୧୪୪ଧାରା ଜାରି କରାଯାଇଛି । ଏହିକ୍ରମରେ ଧର୍ମଶାଳା ଥାନା ଅଞ୍ଚଳର ପ୍ରସିଦ୍ଧ ଶୈବ ପୀଠ ଗୋକର୍ଣ୍ଣେଶ୍ୱର ମନ୍ଦିର ପରିସରରେ କଟକଣା ଜାରି କରାଯାଇଛି । ଏଠାରେ ଥିବା ବ୍ରାହ୍ମଣୀ ନଦୀରେ ଧର୍ମଶାଳା ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରୁ ବହୁ ଶ୍ରଦ୍ଧାଳୁ ଆସି ବୁଡ ପକାଇବା ସହ ଡଙ୍ଗା ଭସାଇଥାନ୍ତି ।

go karneswar temple

କରୋନା ପାଇଁ ଭିଡକୁ ଦୃଷ୍ଟିରେ ରଖି ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଛି । ସେହିପରି କୋତପୁରସ୍ଥିତ ବୃଦ୍ଧଲିଙ୍ଗ ଓ ମିର୍ଜାପୁରସ୍ଥିତ ଶ୍ୟାମସୁନ୍ଦର ମନ୍ଦିର ପରିସରରେ ମଧ୍ୟ ୧୪୪ଧାରା ଜାରି କରାଯାଇଛି । ଆଜି ମଧ୍ୟରାତ୍ରରୁ ୧୯ତାରିଖ ମଧ୍ୟ ରାତ୍ର ପର୍ଯ୍ୟନ୍ତ ଏହି କଟକଣା ଜାରି ରହିବ । ଏଠାକୁ ଭକ୍ତମାନଙ୍କୁ ଆସିବାକୁ ବାରଣ କରାଯାଇଥିବା ବେଳେ ନିୟମ ଉଲ୍ଲଂଘନ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଧର୍ମଶାଳା ଥାନା ଅଧିକାରୀ ରାକେଶ କୁମାର ତ୍ରିପାଠୀ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.