କାହିଁକି ରାତି ୩ଟାରୁ ୬ଟା ଭିତରେ ହୋଇଥାଏ ସବୁଠାରୁ ଅଧିକ ମୃତ୍ୟୁ

(କେନ୍ୟୁଜ୍‌) : କୁହାଯାଏ କି ରାତିର ଶେଷ ପ୍ରହର ହେଉଛି ଜୀବନ ପାଇଁ ସବୁଠାରୁ ବିପଦପୂର୍ଣ୍ଣ ସମୟ। ଏହି ସମୟରେ ମଣିଷ ବହୁତ ଦୁର୍ବଳ ସ୍ଥିତିରେ ରହିଥାଏ । ଆପଣ ଟିକେ ଭାବନ୍ତୁତ ଦେଖି ଏମିତି ଅନେକଥର ଅନୁଭବ କରିଛନ୍ତି କି ? ଠିକ୍‌ ତୃତୀୟ ପହର ସରିଲା ପରେ ରାତି ପ୍ରାୟ ୩ଟାରୁ ୪ଟା ଭିତରେ ଅଚାନକ ଆଖି ଖୋଲିଯିବା, ଦେହରୁ ବହୁତ ଜୋରରେ ଝାଳ ବାହାରିବା, ହୃଦ ସ୍ପନ୍ଦନ ବଢ଼ିବା, ହାତ ଗୋଡ ଥଣ୍ଡା ପଡିଯିବା ଆଦି ଅନୁଭବ ହୋଇଥାଏ। ତେବେ ଏହା କାହିଁକି ହୁଏ ? କଣ ଏମିତି ହୋଇଥାଏ ଏହି ସମୟରେ ? ଏସବୁ ପ୍ରଶ୍ନର ଉତ୍ତର ଆପଣଙ୍କ ମନରେ ନିହାତି ଭାବେ ଆସୁଥିବ। ତାହାହେଲେ ଆସନ୍ତୁ ଭିଡିଓକୁ ଦେଖି ଏ ବିଷୟରେ ଅଧିକ ଜାଣିବା ଯେ ପ୍ରକୃତରେ ଏମିତି ହେବା ପଛରେ କଣ ରହିଛି କାରଣ।

ଦୁନିଆର ଅନେକ ସଂସ୍କୃତି ଏବଂ ଧାର୍ମିକ ମାନ୍ୟତା ଅନୁସାରେ ରାତିର ଚତୁର୍ଥ ପ୍ରହର ବହୁତ ଖତରନାକ ଧରାଯାଏ। ଚତୁର୍ଥ ପ୍ରହର ଆର୍ଥାତ୍ ରାତି ୩ ଟାରୁ ସକାଳ ୬ଟା ମଧ୍ୟରେ ଯେଉଁ ସମୟ। ଭୋର ୩ଟାରୁ ୪ଟା ଭିତରେ ଯେଉଁ ସମୟ ଥାଏ ତାହା ଅଧିକ ବିପଦପୂର୍ଣ୍ଣ ବୋଲି କୁହାଯାଏ। କାହିଁକିନା ଏହି ସମୟରେ ଭୂତ ପ୍ରେତଙ୍କ ଶକ୍ତି ସବୁଠାରୁ ଅଧିକ ରହିଥାଏ ଏବଂ ମଣିଷର ଶରୀର ସବୁଠାରୁ ବେଶି ଦୁର୍ବଳ ରହେ। ତେବେ ଏମିତିରେ ଏହି ସମୟକୁ ନେଇ ଅନେକ ଲୋକ ଅନେକ ତଥ୍ୟ ସଂଗ୍ରହ କରିବାକୁ ଚେଷ୍ଟା କରିଛନ୍ତି। ଯାହାଦ୍ୱାରା ଏହା ଜଣା ପଡିପା ରିବ ଯେ କଣ ସତରେ ରାତି ୩ ଟାରୁ ୪ଟା ସମୟ ମଣିଷଙ୍କ ପାଇଁ ବିପଦପୂର୍ଣ୍ଣ ? ଆସନ୍ତୁ ଦର୍ଶକବନ୍ଧୁ ଜାଣିବା ଏହାକୁ ନେଇ ଚିକିତ୍ସା ବିଜ୍ଞାନ କଣ କହୁଛି।

ରିସର୍ଚ୍ଚରୁ କିଛି ଏମିତି ତଥ୍ୟର ସନ୍ଧାନ ମିଳିଛି ଯେ ଆସ୍ଥମା ବା ଶ୍ୱାସ ଜନିତ ଆଟାକର ଭୟ ଦିନ ବେଳେ ସାଧାରଣ ସମୟ ଅପେକ୍ଷା ରାତି ୩ ଟାରୁ ୪ଟା ଭିତରେ ୩୦୦ ଗୁଣ ଅଧିକ ରହିଥାଏ।
ଏହାର କାରଣ କୁହାଯାଇଛି ଯେ ଏହି ସମୟରେ ଆମ ଶରୀରରେ ଆଡ୍ରିନେଲିନ୍ ଏବଂ ଆଣ୍ଟି-ଇମ୍ଫଲୋମେଟରୀ ହର୍ମୋନ୍ସର କ୍ଷରଣ ବହୁତ ମାତ୍ରାରେ ହୋଇଥାଏ। ଯାହାଦ୍ୱାରା ଶରୀରରେ ତନ୍ତ୍ର ଗୁଡ଼ିକ ଅଧିକ ସଂକୁଚିତ ହୋଇଯାଏ।

ଦିନ ଅପେକ୍ଷା ରାତି ସମୟରେ ରକ୍ତଚାପ ମଧ୍ୟ ସବୁଠାରୁ କମ୍ ରହିଥାଏ। ତେଣୁ ଏହା ମଧ୍ୟ ଗୋଟେ କାରଣ ଯେ ଭୋର ୪ଟା ସମୟରେ ଲୋକଙ୍କର ମୃତ୍ୟୁ ସବୁଠାରୁ ଅଧିକ ହୋଇଥାଏ।
ଏନଓ୍ଵାଇୟୁ ଲେଙ୍ଗୋନ ମେଡିକାଲ ସେଣ୍ଟରର ଜଣେ ଡାକ୍ତରଙ୍କ କହିବାନୁସାରେ ଭୋର ୬ଟା ସମୟରେ କୋର୍ଟିସୋଲ ହର୍ମୋନର କ୍ଷରଣ ଅଧିକ ହେବା ଦ୍ୱାରା ରକ୍ତ ଜମିଯିବା ଏବଂ ଆଟାକ୍ ଆସିବାର ଭୟ ବହୁତ ବେଶି ରହିଥାଏ। କିନ୍ତୁ ସବୁଠାରୁ ଅଧିକ ବ୍ଲଡପ୍ରେସର ରାତି ୯ଟା ସମୟରେ ହୋଇଥାଏ। ଏହା ମଧ୍ୟ ମୃତ୍ୟୁର କାରଣ ସାଜି ପାରେ।

ରିସର୍ଚ୍ଚରୁ ଏହା ମଧ୍ୟ ଜଣାପଡ଼ିଛି ଯେ୧୪ ପ୍ରତିଶତ ଲୋକଙ୍କର ନିଜ ଜନ୍ମଦିନ ଦିନରେ ହିଁ ମୃତ୍ୟୁ ହେବାର ଅଧିକ ସମ୍ଭାବନା ରହିଥାଏ। ସେହିପରରି ୧୩ ପ୍ରତିଶତ ଲୋକ କୌଣସି ବଡ ପେମେଣ୍ଟ ପାଇବା ପରେ ଅତି ଖୁସିରେ ବି ମରିଯିବା ଅବସ୍ଥାକୁ ଚାଲି ଆସନ୍ତି।

କିନ୍ତୁ ୪୦ ବର୍ଷ ଧରି ପ୍ରାକ୍ଟିସ୍ କରୁଥିବା ଜଣେ ଡାକ୍ତର କହିଛନ୍ତି ଯେ ଦୁର୍ବଳତା କାରଣରୁ ମୃତ୍ୟୁ ହେବା ଘଟଣା ସତ ନୁହେଁ। ଭୋର ୬ଟାରୁ ଦିନ ୧୨ଟା ଭିତରେ ହାର୍ଟଆଟାକର ସମ୍ଭାବନା ବହୁତ ଅଧିକ ରହିଥାଏ। ଏମିତି ରାତିର ଶୋଇବା ସମୟରେ ବି ହୋଇଥାଏ, କିନ୍ତୁ ଏହି କାରଣରୁ ସ୍ଲିପ ଏପ୍ନୟର ହୋଇଥାଏ। ଅର୍ଥାତ୍ ଏହା ଏକ ଏମିତି ରୋଗ, ଯେଉଁଥିରେ ଶୋଇବା ସମୟରେ ମଣିଷା ନିଶ୍ୱାସ ବନ୍ଦ ହୋଇଯାଏ। ଏ ସୂଚନା ତଥ୍ୟ ଆଧାରରେ ଆମେ ଆପଣଙ୍କୁ ଜଣାଇଲୁ । ଏବେବି ଏହାକୁ ନେଇ ଏବେବି ରିସର୍ଚ୍ଚ ଜାରି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.