ଦିନିକିଆ ସୁବର୍ଣ୍ଣପୁର ଗସ୍ତରେ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ , ପ୍ରଥମେ କଲେ ମାଆ ସୁରେଶ୍ୱରୀଙ୍କ ଦର୍ଶନ

ସୁବର୍ଣ୍ଣପୁର(କେନ୍ୟୁଜ୍) : ଦିନିକିଆ ସୁବର୍ଣ୍ଣପୁର ଗସ୍ତ କରିଛନ୍ତି ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ଗସ୍ତ ଅବସରରେ ପ୍ରଥମେ ସୁବର୍ଣ୍ଣପୁରର ମାଆ ସୁରେଶ୍ୱରୀଙ୍କ ମନ୍ଦିର ଦର୍ଶନ କରିଥିଲେ । ପରେ ଜିଲ୍ଲାପାଳଙ୍କ କାର‌୍ୟ୍ୟାଳୟକୁ ଯାଇ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । ପରେ ରୁଗୁଡିପାଲି ଅଙ୍ଗନଓ୍ଵାଡି କେନ୍ଦ୍ରକୁ ଯାଇ କୁନି କୁନି ପିଲାଙ୍କ ସହ ଫଟୋଉଠାଇଥିଲେ । ରାଜ୍ୟପାଳଙ୍କ ଏହି ଗସ୍ତ ସମୟରେ ଜିଲ୍ଲାପାଳ ମଧୁସୁଦନ ମିଶ୍ର, ଆରକ୍ଷୀ ଅଧିକ୍ଷକ ଦେବୀ ପ୍ରସାଦ ମିଶ୍ରଙ୍କ ସହ ଜିଲ୍ଲର ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ । ସେପଟେ ରାଜ୍ୟପାଳଙ୍କ ଗସ୍ତ ପାଇଁ ରାସ୍ତାର ବିଭିନ୍ନ ଛକରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିଲା ।

Leave A Reply

Your email address will not be published.